
ପଦ୍ମପୁର-ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ରାଜବୋଡ଼ାସମ୍ବର ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ବ୍ଲକ ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ଉତ୍ସବ ଅନ୍ତର୍ନିହିତ ପ୍ରତିଭା ବିକଶିତ କରିବାର ଏକ ସୁନ୍ଦର ପ୍ରୟାସ ବୋଲି ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ସଭାରେ ରାଜ୍ୟ ଓଷ୍ଟା ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ, ଜିଲ୍ଲା ଉପଦେଷ୍ଟା ପ୍ରୀତିରଞ୍ଜନ ପ୍ରଧାନ, ଚୂଳ ସୁନ୍ଦର ମେହେର, ପୂର୍ବତନ ଜିଲ୍ଲା ସଭାପତି ଶେଷଦେବ ମେହେର, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରସନ୍ନ ମେହେର, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତରଣୀସେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ଶ୍ରୀ ଗଣେଶ ଓ ମା ସରସ୍ୱତୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଆୟୋଜକ ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲରୁ ୨୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶିଶୁ ଉତ୍ସବରେ ତର୍କ, କଣ୍ଠସଙ୍ଗୀତ, କବିତା ରଚନା, କବିତା ଆବୃତ୍ତି,ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଏକକ ନୃତ୍ୟ, ଏକକ ଅଭିନୟ, କୁଇଜ୍ ଓ ଗଳ୍ପ ରଚନା ଇତ୍ୟାଦି ଦଶଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ନାଟ୍ୟଶ୍ରୀ ଅଶୋକ ବହିଦାର, ଓଡିଶା ନାଟ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ରମେଶ ଗୁର୍ଲା, ସଙ୍ଗୀତ ନିର୍ଦ୍ଦେଶକ ସୁରେନ୍ଦ୍ର ସାହୁ, ନାଟ୍ୟକାର ରାଜେନ୍ଦ୍ର ମହାନ୍ତି, ପୂଜା ବହିଦାର, ମୀନାକ୍ଷୀ ଭୋଇ, ଅଞ୍ଜଳୀ ପରିଡ଼ା ପ୍ରମୁଖ ବିଚାରକ ଭାବରେ ପ୍ରତିଭା ଚୟନ କରିଥଲେ। ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ୨୧ ତାରିଖରେ ବରପାଲିଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଏହି କାର୍ଯ୍ୟକ୍ରମରେ ଟାଉନ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କର୍ମଚାରୀ ମାନେ ବିଶେଷ ସହଯୋଗ କରିଥିଲେ। ମାର୍ତଣ୍ଡ ଦେବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



