ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦ୍ବାଦଶତମ ବାର୍ଷିକୋତ୍ସବ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି। ଏ ଅବସରରେ ମୁଖ୍ୟ ବକ୍ତା ଭାବରେ ଡ.ଅଜିତ କୁମାର ନାଥ (ଓଡ଼ିଆ ଅଧ୍ୟାପକ ଲରମ୍ଭା ମହାବିଦ୍ୟାଳୟ) ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ଶିଶୁ ,ଅଭିଭାବକ ତଥା ଗୁରୁମା ଗୁରୁଜୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ତ୍ରିପାଠୀ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ଶ୍ରୀମାନ୍ ତାପସ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପୂର୍ବତନ ଯୁଗ୍ମ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା ସମିତିର ସଦସ୍ୟ ,ସଦସ୍ୟା ,ଗୁରୁମା, ଗୁରୁଜୀ, ସେବିକା ଅଭିଭାବକ ଅଭିଭାବିକା, ସାହଯୋଗ କରିଥିଲେ।
![](https://jagrataprahari.com/wp-content/uploads/2025/01/IMG-20250122-WA0002-1024x384.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)