Thursday, January 9, 2025
spot_imgspot_imgspot_img
Homeରାଜ୍ୟଝାରବନ୍ଧ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ମାସିକ ବୈଠକ ଅନୁଷ୍ଠିତ ।

ଝାରବନ୍ଧ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ମାସିକ ବୈଠକ ଅନୁଷ୍ଠିତ ।

ଝାରବନ୍ଧ -ଝାରବନ୍ଧ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ର ମାସିକ କର୍ମକର୍ତ୍ତା ବୈଠକ ଡଭା ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ସଭାପତି ଭୋଜରାଜ ବାଗ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇ ସର୍ବ ପ୍ରଥମେ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିଛବି ରେ ଦୀପ ଦାନ ପୂର୍ବକ ଏହି ବୈଠକ ଆରମ୍ଭ ହୋଇ ସାମାଜିକ ସଂଗଠନ କୁ ପ୍ରତ୍ୟେକ ଗ୍ରାମପଞ୍ଚାୟତ ରେ ମଜବୁତ କରିବା ପାଇଁ କର୍ମକର୍ତ୍ତା ମାନେ ମତାମତ ଦେଇଥିଲେ l ଏହି ଅବସରରେ ଅବସରରେ ଡଭା ଗ୍ରାମପଞ୍ଚାୟତ ସ୍ତରୀୟ କମିଟି ଗଠନ ହୋଇଥିଲା l

ସର୍ବ ସମ୍ମତି କ୍ରମେ ସଭାପତି ଭାବେ ନାରାୟଣ ଭରାସାଗର, ଉପସଭାପତି ଭାବେ ଡୋରିଲାଲ କଲେତ, ସମ୍ପାଦକ ଭାବେ ଯୋଗେନ୍ଦ୍ର ବାଗ, ସହସମ୍ପାଦକ ଭାବେ ଶଙ୍କର ମହାନନ୍ଦ, କୋଷାଧକ୍ଷ ଭାବେ କୈଳାସ ଛତର, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପ୍ରଦୀପ କଲେତ, ଉଦ୍ଧବ ଭରାସାଗର, ଟିକେଶ୍ୱର କଲେତ, ଆଶିଷ ଜଗତ, ରୋହିଦାସ କଲେତ, ଭୁବନେଶ୍ୱର ଭରାସାଗର ମନୋନୀତ ହୋଇଥିବାସୂଚନା ରହିଛି l ଝାରବନ୍ଧ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ର ଚପରାସି ଭାବେ ଭାଗିରଥି ନାଗ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି lଲକ୍ଷେ ଘର ଗଣ୍ଡା ସମାଜ ର ସାମାଜିକ ନୀତି ନିୟମ କୁ ଅନୁପାଳନ ତଥା ଶିକ୍ଷା ସଂସ୍କୃତି ର ବିକାଶ ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନ ହୋଇ ଥିଲା l

ଏହି କାର୍ଯକ୍ରମ ରେ ବ୍ଲକ କମିଟି ର ସମ୍ପାଦକ ରସିକ କୁମ୍ଭାର, ସହସମ୍ପାଦକ ତଥା ମିଡ଼ିଆ ପ୍ରଭାରୀ ମୋତିଲାଲ ବାଗ, ସଂଯୋଜକ ସାମନ୍ତ ଶେଖର ମୁନା ଙ୍କ ସହିତ କାର୍ଯ୍ୟକାରୀ ସଦସ୍ୟ ଜିଲାନୀ ଦୀପ, ଗୁପେତ ରାମ ଶିକା, ବିପିନ କୁମ୍ଭାର, କୈଳାଶ ଛତର,ଅଙ୍ଗଦ ମୁଁଗୁରି,ରାଜେନ୍ଦ୍ର ଛତ୍ରେ, ହେମସାଗର ବାଗ, ଖୁସରାମ କୁମ୍ଭାର, ଧନେଶ୍ୱର ଲୁହାର, ପ୍ୟାରିଲାଲ କଲେତ, ମଧୁ ହରିପାଳ ପ୍ରମୁଖ ଯୋଗ ଦେଇ ସମାଜ ସୁଧାର ପାଇଁ ନିଜର ନିଜର ମତାମତ ପ୍ରଦାନ କରିଥିଲେ l

ଉପଦେଷ୍ଟା କମିଟିର ଭରତ ମହାନନ୍ଦ, ଚନ୍ଦ୍ରମଣି ସୁନା ପ୍ରମୁଖ ଯୋଗଦେଇ ସମାଜ ରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବ୍ଲକ କମିଟି କୁ ପ୍ରସ୍ତାବ ଦେଇଥିଲେ l ଆଗାମୀ ଦିନରେ ଗଣ୍ଡା ସମାଜର ପ୍ରତ୍ୟୋକ ଅସୁବିଧା ବିଷୟର ସର୍ଭେ କରି ସରକାରୀ ସ୍ତରରେ ସମାଧାନ କରିବା ପାଇଁ ପ୍ରସ୍ତୁତି ଥିବା ସଭାପତି ଭୋଜରାଜ ବାଗ ସୂଚନା ପ୍ରଦାନ କରିଛନ୍ତି l

error: Content is protected !!