Saturday, March 7, 2026
Homeରାଜ୍ୟଝାରବନ୍ଧ ବ୍ଲକରେ ଫେଲ ମାରିଛି ବସୁଧା ଯୋଜନା !

ଝାରବନ୍ଧ ବ୍ଲକରେ ଫେଲ ମାରିଛି ବସୁଧା ଯୋଜନା !

ଝାରବନ୍ଧ – ବରଗଡ ଜିଲ୍ଲା ଝାରବନ୍ଧ ବ୍ଳକର ବିଭିନ୍ନ ପଞ୍ଚାୟତରେ ଏବେଠୁ ଜଳାଭାବ ଦେଖା ଦେଲାଣି । ଗ୍ରୀଷ୍ମ ଆରମ୍ଭରୁ କୂଅ ପୋଖରୀ ସୁଖିବାରେ‌ ଲାଗିଥିବା ବେଲେ ଜଳସ୍ତର କମିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଳକୂପ ଅଚଳ ହୋଇପଡିଛି। ଆଉ ଯେଉଁ ସ୍ଥାନରେ ନଳକୂପ ରହିଛି ସେଠି ଘଣ୍ଟା ଘଣ୍ଟା ଧରି ଚେଷ୍ଟା କଲେ ମଧ୍ୟ ବାଲଟିଏ ପାଣି ବାହାରିଵା କଷ୍ଟ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକେ ଖୋଳା କୂଅର ପାଣି ଭରସା କରି ଚଲୁଛନ୍ତି । ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ କାର୍ଯ୍ୟକାରୀ ହେଉନଥିବାରୁ ଲୋକେ ବାଧ୍ୟ ହୋଇ‌ ପୋଖରୀ, ଖୋଲା କୂଅ ପାଣି ବ୍ୟବହାର କରୁଛନ୍ତି। ବିଭିନ୍ନ ସ୍ଥାନରେ ପାଣି ଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ପାଣି ଓ ବିଦ୍ୟୁତ ସମସ୍ୟା ଦେଖାଦେଇଛି । ଉକ୍ତ ଟାଙ୍କି ଗୁଡ଼ିକ ଅଚଳ ହୋଇପଡିଛି ।‌

ଠିକାଦାର ମାନେ ନିଜ ଫାଇଦା ପାଇଁ କେବଳ ପାଣି ଟାଙ୍କି ନିର୍ମାଣ କରିବାରେ ବ୍ୟସ୍ତ , ହେଲେ କାର୍ଯ୍ୟକାରୀ ବେଳକୁ ଫେଲ । କିଛି ଠିକାଦାର ବିଭିନ୍ନ ଗ୍ରାମରେ କାମ ଅଧୁରା କରି ବର୍ଷ ବର୍ଷ ପଡ଼ିରହିଛି । ଗାଁ ଗୁଡିକର ପାଇପ ନଳ ପୋତିବା ପାଇଁ ରୋଡ଼ ରାସ୍ତା ଜେସିପି ମେସିନରେ ଗାତରେ ଖୋଲି ରାସ୍ତା ମାନଙ୍କୁ ବେହାଲ କରିଦ‌ଉଛନ୍ତି । ଫଳରେ ଯାତାୟତରେ ‌ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମସ୍ୟାର ସମାଧାନ ନ ହୁଏ ତେବେ ଆଗିମି ଦିନରେ ପିଇବା ପାଣି ଲେକଙ୍କ ପାଇଁ ଚିନ୍ତାର କାରଣ ହେବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

error: Content is protected !!