Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ : ୧୪୯ ଗୋଟି ସମସ୍ୟା ବିଷୟରେ ଅଭିଯୋଗ କଲେ...

ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ : ୧୪୯ ଗୋଟି ସମସ୍ୟା ବିଷୟରେ ଅଭିଯୋଗ କଲେ ହିତାଧିକାରୀ ।

ବରଗଡ଼-ବରଗଡ଼ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ,ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନ,ପଦ୍ମପୁର ଉପ- ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ,ବରଗଡ଼ ଡେମ୍ପ୍ୟୁଟୀ କଲେକ୍ଟର ଶ୍ରୀମତୀ ଇପ୍ସିତା ମିଶ୍ର, ଝାରବନ୍ଧ ତହସିଲଦାର ଶ୍ରୀ ସୁବେଦାର ପ୍ରଧାନ,ଝାରବନ୍ଧ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭୀଷ୍ମ ମାଝୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଉକ୍ତ ଶିବିରରେ ପାନୀୟ ଜଳ ଯୋଗାଣ, ଧାନ ମଣ୍ଡିରେ ବିକ୍ରି ସମସ୍ୟା, ଫସଲ ବୀମା, ରାସନ କାର୍ଡ ଏବଂ ରାସ୍ତା ନିର୍ମାଣ ଆଦି ସମସ୍ୟା ଆଧାରିତ ସମୁଦାୟ ୧୪୯ ଗୋଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୧ ଟି ବ୍ୟକ୍ତିଗତ ଓ ୧୮ ଟି ସାମୁହିକ ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଆବେଦନ କରିଥିଲେ । ସମସ୍ୟାଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

error: Content is protected !!