ଝାରବନ୍ଧ-ବରଗଡ଼ ଜିଲା ଝାରବନ୍ଧ ଥାନା ଡ଼ଭା ଛକରେ ପୋଲିସର ନାକା ଚେକିଂଗ ସମୟରେ ୬ ଲକ୍ଷ ୫୨ ହଜାର ୮୦୦ ଟଙ୍କା ଜବତ । ସାଧାରଣ ନିର୍ବାଚନ ଯୋଗୁଁ ପୋଲିସ ପ୍ରଶାସନ ତରଫରୁ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ଯାଂଚ ଯାରି ରହିଛି । ଝାରବନ୍ଧ ପୋଲିସ ଯାଂଚ ସମୟରେ ଏହି ଦୁଇଣ ବାଇକ ଆରୋହି କୁ ଧରିଛି । ଦୁଇଜଣ ଯୁବକ ହେଲେ ବଲାଙ୍ଗୀର ଜିଲ୍ଲାର ମିତ୍ରଭାନୁ ସାହୁ ଓ ମନୋଜ କୁମାର ସାହୁ । ନିର୍ବାଚନ ସମୟରେ ପଚାଶ ହାଜରୁ ଟଙ୍କା ଅଧିକ ଟଙ୍କା ନଗଦ ନେବା ଆଣିବା ପାଇଁ ବାରଣ ରହିଛି । ସେମାନେ ଜାଣିଶୁଣି ନିର୍ବାଚନ ପାଇଁ ଟଙ୍କା ନେଉଥିଲେ ନା ବ୍ୟବସାୟ ପାଇଁ ଥିଲା ତାହା ତଦନ୍ତ ପରେ ଜଣାପଡିବ।