Wednesday, May 28, 2025
spot_imgspot_imgspot_img
Homeରାଜ୍ୟଝାରବନ୍ଧ ପଞ୍ଚାୟତ ର ବିଭିନ୍ନ ଗାଁ ପରିଦର୍ଶନ କଲେ ବିଧାୟିକ।

ଝାରବନ୍ଧ ପଞ୍ଚାୟତ ର ବିଭିନ୍ନ ଗାଁ ପରିଦର୍ଶନ କଲେ ବିଧାୟିକ।

ପଦ୍ମପୁର-ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପାଇକମାଳ ବ୍ଲକ ଝାରବନ୍ଧ ପଞ୍ଚାୟତର ବିଭିନ୍ନ ଗାଁ ଗୁଡ଼ିକର ପରିଦର୍ଶନ କରିଛନ୍ତି । ବିଧାୟିକା ଝାରବନ୍ଧ ପଞ୍ଚାୟତ ଗଞ୍ଜାଡାବର, ମେନକାମୁଣ୍ଡା, ପତ୍ରାଗୁଡ଼ା, ଝାରବନ୍ଧ ଓ ଟେମରିମାଲ ଗାଁକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଗ୍ରାମବାସୀଙ୍କ ପାଖରେ ବସି ସେ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ।

ବିଶେଷ କରି ବୟସ୍କଙ୍କ ପାଇଁ ନୂତନ ଭତ୍ତା ପ୍ରଦାନ ହେଉନଥିବା , ଆୟୁଷ୍ମାନ ଯୋଜନାରେ ବଞ୍ଚିତ ହେଉଥିବା ହିତାକାରୀ ତଥା ସୁଭଦ୍ରା ଯୋଜନାରେ ବଞ୍ଚିତ ହେଉଥିବା ମହିଳାଙ୍କ ଉପରେ ଆଲୋଚନା କରି ଏ ଦିଗରେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟିକାଙ୍କ ପରିଦର୍ଶନ ସମୟରେ ବରିଷ୍ଠ ନେତା ହୃଦାନନ୍ଦ ବାରିକ, ପ୍ୟାକ୍ସ ଅଧ୍ଯକ୍ଷ ବିଜୟ ସ୍ବାଇଁ, ବ୍ଲକ ଉପାଧ୍ଯକ୍ଷ ସଞ୍ଜୀବ ବରିହା, ସମାଜସେବୀ ଗୌତମ ସିଂ ଙ୍କ ସମେତ ଝାରବନ୍ଧ ଅଞ୍ଚଳର ଦଳୀୟକର୍ମୀ ଉପସ୍ଥିତ ଥିଲେ।

error: Content is protected !!