Saturday, March 7, 2026
Homeରାଜ୍ୟଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସପ୍ତଦଶ ବାର୍ଷିକୋତ୍ସବ ଅନୁଷ୍ଠିତ।

ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସପ୍ତଦଶ ବାର୍ଷିକୋତ୍ସବ ଅନୁଷ୍ଠିତ।

ପଦ୍ମପୁର – ପାଇକମାଲ ବ୍ଳକ୍ ଅନ୍ତର୍ଗତ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତଦଶ ବାର୍ଷିକୋତ୍ସବ ଅନୁଷ୍ଠିତ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଥିବା ବେଳେ ବ୍ଳକ୍ ଅଧ୍ୟକ୍ଷା ପ୍ରତିନିଧି ଗୌତମ ସିଂ,ବିଇଓ ଚୂଡାମଣି ବାରିକ, ସ୍କୁଲ ପରିଚାଳନା କମିଟି ସଭାପତି ଅମର ଭୋଇ, ସମିତି ସଭ୍ୟ ସୁଶିଳା ମାଝୀ, ସରପଞ୍ଚ ଟେଭାବତୀ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଡ଼ୋଲାମଣି ମାହାର ଭାବେ ଯୋଗ ଦେଇଥିବା ବେଳେ ସନ୍ତୋଷ ମେହେର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

error: Content is protected !!