Saturday, March 7, 2026
Homeରାଜ୍ୟଝାରବନ୍ଧ ଅରବିନ୍ଦ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ।

ଝାରବନ୍ଧ ଅରବିନ୍ଦ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଶ୍ରୀମା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ଉତ୍ସବ ପରିଚାଳନା କମିଟି ସଭାପତି ଅଇଁଠା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ସଂପାଦକ ଶିବ ପ୍ରସାଦ ପଟେଲ ବାର୍ଷିକ ବିବରଣୀ ପଠନ କରିଥିଲେ ।

ଗୋଷ୍ଠୀ ଶିକ୍ଷା ଅଧୂକାରୀ ଶୁଭମ ପତି,ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ବେହେରା,ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କୈଳାଶ ରଣା ମଂଚାସୀନ ଥିଲେ। ଅତିଥି ବୃନ୍ଦ ପ୍ରଥମେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଦୁର୍ଗା ସ୍ତୋତ୍ର ପରେ ସଭାକାର୍ଯ୍ୟ କରାଯାଇଥିଲା।

ବିସିକେଶନ ଧରୁଆ ମଞ୍ଚ ପରିଚାଳନା କରିଥିଲେ।ଶିକ୍ଷାନୁଷ୍ଠାନ ମଣିଷ ଗଢା କାରଖାନା ତେଣୁ ପ୍ରତ୍ୟେକ ବିଦ୍ୟାଳୟ ପ୍ରତି ଅକୁଣ୍ଠ ସହଯୋଗ ରହିବ ବୋଲି ସାଂସଦ ଶ୍ରୀ ପୁରୋହିତ କହିଥିଲେ।ଗୋବିନ୍ଦ ପଟେଲ,ସୌମ୍ୟ ରଞ୍ଜନ ସାହୁ ଓ ଅନ୍ୟ ଅଭିଭାବକ ସହଯୋଗ କରିଥିଲେ।

error: Content is protected !!