Saturday, March 7, 2026
Homeରାଜ୍ୟଝାରବନ୍ଧରେ ଫେଳ ମାରିଛି ବସୁଧା ଯୋଜନା !

ଝାରବନ୍ଧରେ ଫେଳ ମାରିଛି ବସୁଧା ଯୋଜନା !

ନଳକୂପ ପାଣିରେ ବାହାରୁଛି ଜିଆ,ପୋଖରୀ ପାଣି ଭରସାରେ ଗ୍ରାମବାସୀ ।

ଝାରବନ୍ଧ – ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମରେ ଜଳଯୋଗାଣ ଠପ । ସ୍ବଚ୍ଛ ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି l ନଳକୂପ ପାଣିରେ ଛୋଟ ଛୋଟ ଜିଆ ବାହାରୁଥିବା ଲୋକେ ଅଭିଯୋଗ କରୁଛନ୍ତି । ଲୋକମାନେ ପୋଖରୀ ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଥିବା କହୁଛନ୍ତି । ବର୍ଷାଦିନରେ ପୋଖରୀ ପାଣି ବ୍ୟବହାର କଲେ ଝାଡା, ବାନ୍ତି ହେବାର ଆଶଙ୍କା ରହିଛି । ବିଳାସପୁରରେ ଜଳଯୋଗାଣ ପାଇଁ ତିଆରି ହୋଇଥିବା ପାଣିଟାଙ୍କି କାମ ନିମ୍ନମାନର କାମ ସହ ନିମ୍ନ ମାନର ସାମଗ୍ରୀ ବ୍ୟବହାର କାରଣରୁ କିଛି ଦିନ ପାଣି ଚାଲୁଛି ଓ କିଛି ଦିନଗଲେ ନଲ ଫାଟିଯାଉଛି l

ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି l ଠିକାଦାର ପାଇପ ବିଛାଇବା ଆଳରେ ରାସ୍ତା ଖୋଲିଦେବା କାରଣରୁ ବର୍ତ୍ତମାନ ବର୍ଷା ଦିନରେ ଲୋକେ ଯିବା ଆସିବାରେ ମଧ୍ଯ ବହୁ ଅସୁବିଧା ଭୋଗୁଛନ୍ତି । ଦେଖିବାକୁ ଗଲେ ବେହାଲ ଜନତା ମାଲେମାଲ ଯନ୍ତ୍ରୀ ଓ ଠିକାଦାର । ବିଭଗୀୟ ଉଚ୍ଚ ପଦାଧିକାରୀ ଏ ବିଷୟକୁ ଗୁରୁତ୍ବ ସହ ଗ୍ରହଣ କରି ଲୋକେ କିଭଲି ସ୍ବଚ୍ଛ ପିଇବା ପାଣି ପାଇ ପାରିବେ ସେ ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଯାହାଫଳରେ ରୋଡ଼ ରାସ୍ତା କୁ ମଧ୍ୟ ଖୋଲି ଗାଁ ମାନଙ୍କୁ ବେହାଲ କରିଛନ୍ତି ଯାହାଫଳରେ ଗାଁ ସାହି ରାସ୍ତା କାଦୁଅ ପଚ ପଚ lଦାୟିତ୍ୱରେ ଥିବା ପମ୍ପ ଡ୍ରାଇ ଭର ମନମୁଖୀ କାମ କରୁଛି,ତା ମନଇଚ୍ଛା ପାଣି ଛାଡ଼ୁଛି l ଆଜକୁ ଆଠ ଦିନ ହେଲା ପାଣି ବନ୍ଦ ଅଛି l ଆଗାମୀ ଦିନରେ ଲୋକେ ରାଜ ରାସ୍ତା କୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି l

error: Content is protected !!