ରାଇରଙ୍ଗପୁର(ଶ୍ୟାମଳେନ୍ଦୁ ପରିଡା)- ରାଇରଙ୍ଗପୁର ସହରର ପିସିଏମ କଲ୍ୟାଣ ମଣ୍ଡପ ଠାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ସାମ୍ବାଦିକ ସମ୍ବିଳନୀ ହୋଇଯାଇଛି | ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ତଥା ସାରସକଣା ବିଧାୟିକା ପ୍ରାର୍ଥୀ ଭାବେ ଶ୍ରୀମତୀ ଅଞ୍ଜନୀ ସୋରେନ ପ୍ରତିଧ୍ବଦିତା କରୁଥିବା କଥା ସମସ୍ତଙ୍କୁ ଜଣାଇଥିଲେ | ଏହାପରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୟୂରଭଞ୍ଜର ବିକାଶ ପାଇଁ ସଦାତତ୍ପର ବୋଲି ଜୋର ଦେଇଥିଲେ |
ଯେପରି ମୟୂରଭଞ୍ଜ ଖଣିଖାଦାନ ଭରା ସମ୍ପଦରେ ପରିପୂର୍ଣ୍ଣ ହୋଇଥିବାରୁ ଏଠାରେ କାରଖାନା ପ୍ରତିଷ୍ଠା, ଗ୍ରାମୀଣ ଚିକିତ୍ସା କ୍ଷେତ୍ରରେ ଉନ୍ନତିକରଣ ସହ ଡାକ୍ତରଖାନାରେ ରୋଗୀମାନଙ୍କର ସୁଚିକିତ୍ସା, ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟର ଉନ୍ନତିକରଣ ସହ ଶିକ୍ଷାର ମାନଦଣ୍ଡ ବୃଦ୍ଧି, ଅନ୍ୟ ରାଜ୍ୟ ପରି ଓଡିଶାରେ ବାଦ୍ଧକ୍ୟ ଭତ୍ତା ୫୦୦ ରୁ ୩୦୦୦ ଟଙ୍କା କରିବା, ଓଡିଶା ରେ ନାନା ବିକାଶ ଯୋଜନା କାର୍ଯ୍ୟକାରୀ ହେଉ, ସାନ୍ତାଳୀ ଲିପି ଉନ୍ନତିକରଣ ତଥା ଅଲଚିକି ଭାଷାକୁ ପ୍ରାଥମିକ ସ୍ତରରେ ଚାଲୁ କରିବା, ଓଡିଶାର ପ୍ରତି ବ୍ଲକରେ ରୋଜଗାର ର ବ୍ୟବସ୍ଥା କରିବା, ଆଦିବାସୀ ପୂଜାସ୍ଥଳୀର ଉନ୍ନତିକରଣ ଓ ବିଜାତଳା ବ୍ଲକ ରାଇହରି ର ବଣକାଟୀ ଗ୍ରାମରେ ଲୌହଶିଳା ଗ୍ରାମ ପଞ୍ଚାୟତ ନିର୍ମାଣ ଉପରେ ଦୃଷ୍ଟିନିକ୍ଷେପ କରିଥିଲେ |
ଏହି ଭବ୍ୟ ସଭାରେ ସମ୍ମାନିତ ଅତିଥି ଭାବେ ଝାଡଖଣ୍ଡ ରାଜ୍ୟ ଜଳ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ଦୀପକ ବିରୁଆ, ଝାଡଖଣ୍ଡ ରାଜ୍ୟ ଉପାଧ୍ୟକ୍ଷ ଗୋସେବା ସହାୟତା ରାଜୁ ଗିରି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ମୁଖପତ୍ର ସୁନୀଲ ମାଝୀ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଂଗଠକ ସଂପାଦକ ସାଲୁ କିସ୍କୁ ଓ ସମାଜସେବୀ ଅଜମେରୀ ଖାନ ପ୍ରମୁଖ ଉପସ୍ଥିତ ଥିଲେ | ଏହି ସଭାରେ ବିଭିନ୍ନ ବ୍ଲକରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |