ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବମ୍ବରିତ ଗ୍ରାମର ନିକଟସ୍ଥ ଝାଞ୍ଜପାହାଡ଼ ସରଂକ୍ଷିତ ଗ୍ରାମ୍ୟଜଙ୍ଗଳରେ ବନମହୋତ୍ସବ ପାଳିତ ହୋଇଯାଇଛି l ଏହି ପରିପେକ୍ଷିରେ ଲଖମରା ଗ୍ରାମପଞ୍ଚାୟତ ସରପଞ୍ଚ ସୁବାଷ ଚନ୍ଦ୍ର ଝଗରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଘେଁସ ରେଞ୍ଜର ଫରେଷ୍ଟର ସୁଶାନ୍ତ ଦାସଙ୍କ ନିର୍ଦ୍ଦେଶ କ୍ରମେ ବନରକ୍ଷୀ ହେମସାଗର ସାହୁ ଓ ଅନ୍ୟାନ୍ୟ ବନକର୍ମଚାରୀ ଯୋଗଦେଇଥିଲେ ।

ବମ୍ବରିତ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷ୍ୟା କମିଟିର ସଭାପତି ଫକୀର ଦାସଙ୍କ ପୌରାହିତ୍ୟରେ ଗ୍ରାମର ସଂୟ ସହାୟିକା ଗୋଷ୍ଠୀ, ଜଙ୍ଗଲ ସୁରକ୍ଷା କମିଟି ସମସ୍ତ ସଦସ୍ୟ ସୀତାକାନ୍ତ ଦାସ,କୃଷ୍ନଧରୁଆ,କୁମରସିଙ୍ଗ ଠାକୁର, ପ୍ରଭାକରଭୋଇ, ଜିତ ରଣା, କନ୍ନେହି ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଲମ୍ବରଜୁନା ପଂଚାୟତ ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଛାତ୍ରଛାତ୍ରୀ ଯୋଗଦେଇ ଶତାଧିକ ଚାରା ରୋପଣ କରିଥିଲେ ।




