ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)- ଝରାଡ଼ିହି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ (ସମ୍ଭାର) ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛିIଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବହଳଦା ବ୍ଲକ ଅଧ୍ୟକ୍ଷ ଦୀପାଞ୍ଜଳି ସିଂ ଯୋଗ ଦେଇ ଗୁରୁଜନ ମାନଙ୍କୁ ସଂମ୍ମାନ ଦେବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେI ମୂଖ୍ୟ ବକ୍ତା ଭାବେ କରଞ୍ଜିଆ ପାଞ୍ଚାପୀଢ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ମାନସ ରଞ୍ଜନ ବେହେରା, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଭଗବତୀ ମିଶ୍ର,ଓଷ୍ଠାର ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ମଣ୍ଡଳ,ବରିଷ୍ଠ ସାମ୍ବାଦିକ ମଧୁସୂଦନ ଦାସ, ଜାରିତାଣ୍ଡୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ, ଶିକ୍ଷାବିତ୍ ଅମୀୟ କୁମାର ଦାଶ, ଶାନ୍ତନ୍ତୁ କୁମାର ମୂଖୀ, ଏସଏମ ସି ସଭାପତି ବୃହସ୍ପତି ବେହେରା, ଜିଏଚଏସଏସ ସଭାପତି ସିଂଘୁ ଟୁଡୁ, କାର୍ଯକାରୀ ସଭାପତି ଉପେନ୍ଦ୍ର ନାଥ ମହାନ୍ତ,ଦୀନବନ୍ଧୁ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମୂଲ୍ୟଵାନ ପରାମର୍ଶ ଦେଇଥିଲେI
ସେହିପରି ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କର ଲୁକାୟିତ ପ୍ରତିଭାକୁ ବିକଶିତ କରିବାପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେIବିଦ୍ୟାଳୟ ପାଇଁ ଉଜ୍ଜଳ ଆଲୋକ ବ୍ୟବସ୍ଥା,ଡ୍ରେନ ମରାମତି, ପ୍ରଭୁତି ସମସ୍ୟାର ଅତି ଶୀଘ୍ର ସମାଧାନ କରିବେ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାଏକ ପ୍ରତିଶ୍ରୁତି ଦେଇଥିଲେIମୂଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟା ଭଗବତୀ ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ଥଣ୍ଡା ପାନୀୟ ପାଣି ମେସିନ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେI ସ୍ୱତନ୍ତ୍ର ଅତିଥି ଭାବେ ସଂସ୍କୃତି ପ୍ରେମୀ ନିରଞ୍ଜନ ପାଣି,ସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉଦୟ ଭାନୁ ପ୍ରଧାନ,ଓଷ୍ଠାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାୟକ,ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ରାଉତ ପ୍ରମୁଖ ଯୋଗ ଦେଇ ମୂଲ୍ୟଵାନ ପରାମର୍ଶ ପ୍ରଦାନ କରିଥିଲେI କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ପୁରସ୍କାର କରାଯାଇଥିଲା I
ମୂଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକଙ୍କୁ ସ୍ୱତନ୍ତ୍ର ଅତିଥି ଶ୍ରୀଯୁକ୍ତ ପାଣି ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେI ପ୍ରାରମ୍ଭରେ ଶିକ୍ଷୟତ୍ରୀ ମଧୁସ୍ମିତା ମହାନ୍ତଙ୍କ ନିର୍ଦେଶନାରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ଓ ଶିକ୍ଷୟତ୍ରୀ ଦେଓଲା ମାଝୀଙ୍କ ନିର୍ଦେଶନାରେ ନୃତ୍ୟ ପରିବେଷଣ କରାଯାଇଥିଲାI ବିଦ୍ୟାଳୟର ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଏକାଦଶ ଶ୍ରେଣୀର ଛାତ୍ରୀ ସୋନାମଣି ହାଁସଦା ଓ ଜିଲ୍ଲା ସ୍ତରରେ କୃତିତ୍ୱ ହାସଲ କରିଥିବା ଶିକ୍ଷା ସିଂହା , ବିଦ୍ୟାଳୟର ଜେ ଆର ସି ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ଓ ଶିକ୍ଷୟତ୍ରୀ ମିତା ହାଁସଦାକୁ ମଞ୍ଚାସିନ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲାI ସ୍ୱାଗତ ଭାଷଣ ରୁକମଣୀ ହେମ୍ବ୍ରମ ପ୍ରଦାନ କରିଥିଲା ବେଳେ ଅତିଥି ପରିଚୟ ରଘୁନାଥ ମାଝୀ ପ୍ରଦାନ କରିଥିଲେ I ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଧରିତ୍ରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେI ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ I