Saturday, April 19, 2025
spot_imgspot_imgspot_img
Homeଖେଳଜୟ ବୁଢ଼ାରଜା କ୍ରିକେଟ୍: ବଇଦପାଲିକୁ ହରାଇ ଡୁଡୁକିଝରିଆ ସେମିରେ ।

ଜୟ ବୁଢ଼ାରଜା କ୍ରିକେଟ୍: ବଇଦପାଲିକୁ ହରାଇ ଡୁଡୁକିଝରିଆ ସେମିରେ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ଚାଲିଥିବା ୫ତମ ଜୟ ବୁଢ଼ାରଜା କ୍ରିକେଟରେ ଦ୍ବିତୀୟ ଦିନରେ ୫ଟି ମ୍ୟାଚ ଖେଲାଯାଇଛି। ପ୍ରଥମ ମ୍ୟାଚରେ ମାଲପଡାକୁ ହରାଇ ବଇଦପାଲି ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ବଇଦପାଲି ଓ ଚରିମୁଣ୍ଡା ମଧ୍ୟରେ ବଇଦପାଲି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ଭେରୁଆମୁଣ୍ଡାକୁ ହରାଇ ଡୁଡୁକିଝରିଆ ବିଜୟୀ ହୋଇଥିଲା।

ଚତୁର୍ଥ ଦିନରେ ପୁରେନାକୁ ହରାଇ ଡୁଡୁକିଝରିଆ ବିଜୟୀ ହୋଇଥିଲା। ୫ମ ମ୍ୟାଚ ବଇଦପାଲି ଓ ଡୁଡୁକିଝରିଆ ମଧ୍ୟରେ କ୍ୱାର୍ଟର ଫାଇନାଲରେ ଡୁଡୁକିଝରିଆ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି। ନେପାଳ ମାଝୀ, ଯଦୁମଣି ମାଝୀ ଓ ଅମୀୟ ପ୍ରଧାନ ଖେଳ ପରିଚାଳନା କରିଥିବା

ବେଳେ କରନ ପଟେଲ ସ୍କୋରର ଥିଲେ। ସୌମ୍ୟରଞ୍ଜନ ମହାନ୍ତି ଧାରାବିବରଣୀ ପ୍ରଦାନ କରିଥିଲେ। ଅତିଥି ଭାବରେ ଲବ ପଟେଲ,ମଳୟ ମହାନ୍ତି, ଲକ୍ଷ୍ମଣ ମାଝୀ,ଟୁକୁ ମହାନ୍ତି ଯୋଗଦେଇ ପୁରସ୍କୃତ କରିଥିଲେ। ଆକାଶ ମଲ୍ଲିକ,ଭୋଜରାଜ ଶ୍ରୀଦାର, ରାଜୁ ଶ୍ରୀଦାର, ରାଜେଶ ମାଝୀ, ଦିବାକର ଧରୁଆ ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!