Tuesday, April 15, 2025
spot_imgspot_imgspot_img
Homeଖେଳଜ୍ଞାନ ଭାରତୀ ଗୁରୁକୁଳର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।

ଜ୍ଞାନ ଭାରତୀ ଗୁରୁକୁଳର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।

ପଦ୍ମପୁର-ଜ୍ଞାନ ଭାରତୀ ଗୁରୁକୁଳ ଜଗଦଳପୁର ତରଫରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଗୁରୁକୁଳର ସଭାପତି ହେମସାଗର ପଟେଲ ସଭାପତିତ୍ୱ କରିଥିବାବେଳେ ଡକ୍ଟର ଗାୟତ୍ରୀ ନନ୍ଦ ମୁଖ୍ୟ ଅତିଥି, ଶ୍ରୀମତୀ ଗୀତା ଲୁହାର ଏବଂ ଅଭିଭାବକ ପ୍ରତିନିଧି ନିରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁ ଚରଣ ବରିହା ଉଦେଶ୍ୟ ଜ୍ଞାପନ କରିଥିଲେ ।

ସର୍ବ ମୋଟ ବାଳକ ଓ ବାଳିକା ବିଭାଗରେ ୨୪ ଗୋଟି ଖେଳ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ପ୍ରବନ୍ଧକ ଦୀପକ ସାମଲ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଖେଳକୁ ଭାରତୀ ସରାଫ, ରଶ୍ମିତା ଦାସ, ଯଂଜ୍ଞସେନୀ ବେରିହା ଏବଂ କୌଶଳ ପ୍ରଧାନ ପରିଚାଳନା କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସମ୍ପାଦକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ପରିଚାଳନା କରିଥିବାବେଳେ ଶିକ୍ଷକ ଗୌରବ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସବିତା ଷଣ୍ଢ, ମଧୁସ୍ମିତା ପ୍ରଧାନ, ପିଙ୍କି ପ୍ରଧାନ, ତାରା ବତୀ ସେଠ, ସୁନିତା ମାଝୀ, କୃଷ୍ଣ ପଟେଲ, ରଘୁମଣୀ ବେହେରା, ବବଲୁ ପଟେଲ, ଅମୁଲ୍ୟ ପଟେଲ ପ୍ରମୁଖ ସାହାଯ୍ୟ କରିଥିଲେ ।

error: Content is protected !!