
ପଦ୍ମପୁର– ପଦ୍ମପୁର ଉପଖଣ୍ଡ ଜଗଦଳପୁର ସ୍ଥିତ ଜ୍ଞାନ ଭାରତୀ ଗୁରୁକୁଳରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବ ରେ ପ୍ରଧାନ ଶିକ୍ଷକ ସାଧୁଚରଣ ବରିହା ସଭାପତିତ୍ୱ କରିଥିବାବେଳେ ଜ୍ଞାନ ଭାରତୀ ଟ୍ରଷ୍ଟର ସଭାପତି ହେମସାଗର ପଟେଲ ମୁଖ୍ୟ ଅତିଥି, ଅବସର ବିଜ୍ଞାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଟେଲ, ଗୋଲକ ପ୍ରାସାଦ ପ୍ରଧାନ ହରିଚନ୍ଦ୍ର ପଟେଲ ଏବଂ ଟ୍ରଷ୍ଟ ସମ୍ପାଦକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ଖେଳ ଶିକ୍ଷକ ତଥା ସରେଇକେଲା ପଞ୍ଚାୟତ ସରପଞ୍ଚ ଉପେନ୍ଦ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

ଗୁରୁମା ଭାରତୀ ସରାଫ ଅତିଥି ପରିଚୟ କରିଥିବା ବେଳେ ଗୁରୁମା ରଶ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ଦିବ୍ୟାଂଶ ବଢ଼େଇ ବିବେଚିତ ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମନୋହର ସାହୁ, କୌଶଲ ପ୍ରଧାନ, ଶାଶ୍ଵତିକା ସରାଫ ଗୁରୁମା ଯଂଜ୍ଞସେନୀ ବେରିଆ,ପୂଜା ରାଉତିଆ, ଯଶୋଦା ବାଗ, କ୍ରିଷ୍ଣ ପଟେଲ ସାହାଯ୍ୟ କରିଥିଲେ ।



