Saturday, March 7, 2026
Homeରାଜ୍ୟଜେ.ଡି ସ୍ନାତକ ମହିଳା ମହାବିଦ୍ୟାଳୟ ପ୍ରବେଶ ଉତ୍ସବ ।

ଜେ.ଡି ସ୍ନାତକ ମହିଳା ମହାବିଦ୍ୟାଳୟ ପ୍ରବେଶ ଉତ୍ସବ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ନୁତନ ଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ଯାପକ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭା କାର୍ଯ୍ଯରେମୁଖ୍ୟଅତିଥି ଭାବେ ବିଜେପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ସତଶିକ୍ଷା ମୂଳକ ଦିଗଦର୍ଶନ ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ଓଡ଼ିଆ ବିଭାଗ ଅଧ୍ୟାପିକା ପିଙ୍କି ବାରିକ ଅତିଥି ମାନଙ୍କ ସ୍ବାଗତ ଜଣାଇଥିବା ବେଳେ ସହ ଅଧ୍ୟାପକ ଶଶାଙ୍କ ଶେଖର ପଧାନ ପରିଚୟ ପ୍ରଦାନ କରିଥିଲେ। ବିଘ୍ନ ବିନାଶକ ଗଣେଶଙ୍କ ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ ହେବା ସହ ଅଧ୍ୟାପକ ସୁଧାଂଶୁ କୁମାର ଦାଶଙ୍କ ରଚିତ ଓ ନିର୍ଦ୍ଦେଶିତ ସଂଗିତ ଛାତ୍ରୀ ଗୀତା,ଦୀପ୍ତି, ମାନିନୀ, ପୁନମ ପ୍ରମୁଖ ସ୍ବାଗତ ଓ ସମାପ୍ତି ସଙ୍ଗୀତ ଭାବରେ ଗାନ କରିଥିଲେ।ଛାତ୍ରୀ ଯାଜ୍ଞସେନି,ଗୀତା,ଶ୍ରାବଣୀ,ଅଙ୍କିତା, ଖୁସ୍ବୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ନବାଗତ ଛାତ୍ରୀ ମିକି ସ୍ଵକୀୟ ଅନୁଭୁତି ପ୍ରଦାନ କରିଥିଲେ। ଏହି ଅବସରରେ ନବାଗତ ଛାତ୍ରୀ ମାନଙ୍କ ଦ୍ବାରା ୧୨୮ଟି ଚାରା ରୋପଣ କରାଯାଇଥିଲା। ପରିଶେଷରେ ଅଧ୍ୟାପିକା ପରିଣୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ନେପାଲ ବିଶ୍ଵାଲ, ଅଧ୍ୟାପିକା,ପୁନମ ସାହୁ,ସସ୍ମିତା ମେହେର, ମନୀଷା ଭୋଇ, ଶୋଭାବତୀ ଥପା, ଯାଜ୍ଞସେନି ପଟେଲ, ସହକର୍ମୀ ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ। ମଧ୍ୟାହ୍ନ ବିରତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।

error: Content is protected !!