ବରପାଲି-ବରପାଲି ବ୍ଲକ କଦଲିପାଲି ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ରୀଙ୍କୁ ନେଇ ସ୍ବାଗତ ସହ ସମ୍ବଲପୁରୀ ଦିବସ ପାଳିତ ହୋଇଯାଇଛି। ଗୁରୁବାର ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମଟି ସଂଚାଳିତ ହୋଇଥିଲା। ଉତ୍ସବରେ ନବାଗତା ଏକାଦଶ ଶ୍ରେଣୀ ଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ସହ ଭବ୍ୟ ସମଲପୁରୀ ଦିବସ ପରିଚାଳନା କମିଟି ପକ୍ଷରୁ ପାଳିତ ହୋଇଥିଲା। ଏହି ଅବସରରେ କ୍ରୀଡା ଶିକ୍ଷୟତ୍ରୀ ବନ୍ଦିତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ପାରମ୍ପାରିକ ସମ୍ବଲପୁରୀ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ମୁଖ୍ଯ ଅତିଥି ଭାବେ ବରପାଲି ବି.ଇ.ଓ. ମୁକୁନ୍ଦ ମାହାରା ଏବଂ ସମ୍ମାନିତ ଅତିଥି ଭାବେ କଳାଭୂମି କଳାସ୍କୁଲ ଅଧ୍ୟକ୍ଷ କୈଲାସ ଚନ୍ଦ୍ର ମେହେର ଯୋଗ ଦେଇ ପ୍ରତିଯୋଗିତାର ବିଚାରକ କାର୍ଯ୍ୟ ତୁଲାଇଥିଲେ I
ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ପ୍ରତିଯୋଗୀତାରେ ମୋଟ ୩୨ ଜଣ ଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ଅଧ୍ୟାପକ ସୁରେଶ ବାରିକ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ସୁଧାଂଶୁ କୁମାର ଦାଶ କରିଥିଲେ I କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଭାବରେ ମିନତି ବାବୁ, ନିବେଦିତା ବେହେରା, ସୁନୀଲ ବେହେରା, ରବିନ୍ଦ୍ର ସାହୁ, ସୁରେନ୍ଦ୍ର ଦୀପ, ଅନ୍ତର୍ଯ୍ୟାମୀ ପଣ୍ଡା, ନୀରଜ ସାହୁ, ପ୍ରଦିପ ମିଶ୍ର, ପ୍ରକାଶ ନନ୍ଦ, ଆନନ୍ଦ ବେହେରା ଏବଂ କାଲୁ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ।