Saturday, March 7, 2026
Homeରାଜ୍ୟଜେନିଥ ଲାୟନ୍ସ ଗୁରୁକୁଳ ପଦ୍ମପୁରରେ ବୃକ୍ଷଦାନ ଅଭିଯାନ ।

ଜେନିଥ ଲାୟନ୍ସ ଗୁରୁକୁଳ ପଦ୍ମପୁରରେ ବୃକ୍ଷଦାନ ଅଭିଯାନ ।

ପଦ୍ମପୁର-ଜିଲ୍ଲା ପରିବେଶ ମଞ୍ଚ ତରଫରୁ ଜେନିଥ ଲାୟଂଶ ଗୁରୁକୁଳରେ ଏକ ବୃକ୍ଷଦାନ ଅଭିଯାନ ଆୟୋଜନ କରାଯାଇଥିଲା। ପଦ୍ମପୁର ରେଞ୍ଜର ଶ୍ରୀ ରମେଶ ଚନ୍ଦ୍ର ସାହୁ,ସଭାପତି, ଜିଲ୍ଲା ହର୍ବାଲିସ୍ଟ ଆସୋସିଏସନ ଡାକ୍ତର ମାନଭଞ୍ଜନ ପଣ୍ଡା,ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ସମ୍ପାଦକ ମୀନକେତନ ସାହୁ,ପ୍ରକୃତିବନ୍ଧୁ କେଦାର ନାଥ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ବିଷୟରେ ସଚେତନ କରିବା ଏବଂ ବିଶ୍ବ ତାପମାନ କମ କରିବା ଦିଗରେ ପଦକ୍ଷେପ ନେବା।

ଶ୍ରୀ ରମେଶ ଚନ୍ଦ୍ର ସାହୁ କହିଥିଲେ ଯେ ବର୍ତ୍ତମାନ ସମୟରେ ବୃକ୍ଷରୋପଣ କରିବା ଏକାନ୍ତ ଆବଶ୍ୟକ। ବୃକ୍ଷ ରୋପଣ କେବଳ ନାରା ରେ ନୁହଁ କାର୍ଯ୍ୟରେ ପରିଣତ କରିବା ପାଇଁ କହିଥିଲେ।ଡାକ୍ତର ପଣ୍ଡା ଅଶୋକ ଗଛର ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକ ଏବଂ ଔଷଧୀୟ ଗୁଣ ବିଷୟରେ ଆଲୋକପାତ କରିଥିଲେ। ପ୍ରକୃତି ବନ୍ଧୁ କେଦାର ନାଥ ସାହୁ ଜେନିଥ ଲାଇନ୍ସ ଗୁରୁକୁଳର ବାର୍ଷିକ ବନମହୋତ୍ସବ ଉତ୍ସବ ଏବଂ ‘ଏକ ବୃକ୍ଷ ମା’ଙ୍କ ନାମ ରେ’ଅଭିଯାନକୁ ପ୍ରଶଂସା କରିଥିଲେ।

ଶ୍ରୀ ମୀନକେତନ ସାହୁ ବେଦ କାଳରେ ବୃକ୍ଷ ପୂଜା ବିଷୟରେ କହିଥିଲେ ଏବଂ ବର୍ତ୍ତମାନ ସମୟରେ ବୃକ୍ଷରୋପଣ କରିବାର ଆବଶ୍ୟକତା ବିଷୟରେ କହିଥିଲେ।ଏବେ ଏକ ବୃକ୍ଷ ଏକ ଶିଶୁ ପାଇଁ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅଭିଯାନକୁ ସନ୍ତୋଷ କୁମାର ବେହେରା ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।ଏହି ପ୍ରତିଯୋଗିତାରେ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଶେଷରେ ଶ୍ରୀ ରଞ୍ଜିତ କୋଚିଆ ଉପାଧ୍ୟକ୍ଷ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

error: Content is protected !!