Saturday, March 7, 2026
Homeରାଜ୍ୟଜେନିଥ୍ ଲାୟନ୍ସ ଗୁରୁକୁଳ ରେ ଶିଶୁ ଦିବସ ପାଳିତ ।

ଜେନିଥ୍ ଲାୟନ୍ସ ଗୁରୁକୁଳ ରେ ଶିଶୁ ଦିବସ ପାଳିତ ।

ପଦ୍ମପୁର – ପଦ୍ମପୁର ସହରସ୍ଥିତ ଜେନିଥ୍ ଲାୟନ୍ସ ଗୁରୁକୁଳରେ ଶିଶୁଦିବସ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର କୋର୍ଟର ଉପ ବିଚାରପତି ଶ୍ରୀଯୁକ୍ତ ଦେବାଶିଷ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ତଥା ଶିଶୁ ଦିବସ ପାଳନ ସମ୍ପର୍କରେ ଜଣାଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର, ପୂର୍ବତନ ସଭାପତି ମହମ୍ମଦ ଜାୱେଦ, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ରଥ, ସମ୍ପାଦକ ଶ୍ରୀଯୁକ୍ତ ପବନ କୁମାର ଅଗ୍ରୱାଲ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

error: Content is protected !!