Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜେନିଥ୍ ଲାୟନ୍ସ ଗୁରୁକୁଲ ଠାରେ କ୍ରାନ୍ତି ଦିବସ ପାଳିତ : ସ୍ବାଧିନତା ସଂଗ୍ରାମୀଙ୍କ ବେଶରେ ସଜ୍ଜିତ...

ଜେନିଥ୍ ଲାୟନ୍ସ ଗୁରୁକୁଲ ଠାରେ କ୍ରାନ୍ତି ଦିବସ ପାଳିତ : ସ୍ବାଧିନତା ସଂଗ୍ରାମୀଙ୍କ ବେଶରେ ସଜ୍ଜିତ ହେଲେ କୁନିକୁନି ଶିଶୁ ।

ପଦ୍ମପୁର – ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଜେନିଥ୍ ଲାୟନ୍ସ ଗୁରୁକୁଲ’ (ଜୁନିୟର ୱିଙ୍ଗ୍) ରେ ଆଗାମୀ ସ୍ବାଧୀନତା ଦିବସ ଉପଲକ୍ଷେ ତଥା ଅଗଷ୍ଟ କ୍ରାନ୍ତି ଦିବସ (ଅଗଷ୍ଟ ୯) ଅବସରରେ ଏକ କୌତୁକ ବେଶ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀ, ଝାନ୍ସୀ ରାଣୀ, ସୁଭାଷ ଚନ୍ଦ୍ର ବୋଷ,ଭଗତ ସିଂହ, ଜୱାହରଲାଲ ନେହେରୁ, ସରୋଜିନୀ ନାଇଡୁ ଇତ୍ୟାଦି ସ୍ଵାଧୀନତା ସଂଗ୍ରାମୀ ବେଶ ଧାରଣ କରି ଅଭିନୟ ପ୍ରଦର୍ଶନ କରିଥିଲେ।

ଏହି ମନୋଜ୍ଞ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ଙ୍କ ସହିତ ଶ୍ରୀ ମହମ୍ମଦ ଜାବେଦ୍, ଶ୍ରୀଯୁକ୍ତ ପବନ ଅଗ୍ରୱାଲ, ଶ୍ରୀଯୁକ୍ତ ସୁଶାନ୍ତ ରଥ ଯୋଗଦାନ କରି ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଣ୍ଡା ଙ୍କ ମାର୍ଗ ଦର୍ଶନ ରେ ସମଗ୍ର କାର୍ଯ୍ୟକ୍ରମ କୁ ଜୁନିୟର ୱିଙ୍ଗ୍ କୋ-ଅର୍ଡିନେଟର୍ ଶ୍ରୀମତୀ ଶୋଭନା ପଣ୍ଡା ଓ ତାଙ୍କର ସହକର୍ମୀ ମାନେ ପରିଚାଳନା କରିଥିଲେ।

error: Content is protected !!