Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜେଡି ମହିଳା ମହାବିଦ୍ୟାଳୟରେ ଅଭିନବ ରକ୍ଷାବନ୍ଧନ:ବୃକ୍ଷକୁ ରାକ୍ଷି ବାନ୍ଧି ଆଶୀର୍ବାଦ କାମନା କଲେ...

ଜେଡି ମହିଳା ମହାବିଦ୍ୟାଳୟରେ ଅଭିନବ ରକ୍ଷାବନ୍ଧନ:ବୃକ୍ଷକୁ ରାକ୍ଷି ବାନ୍ଧି ଆଶୀର୍ବାଦ କାମନା କଲେ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହା ବିଦ୍ୟାଳୟରେ ଏକ ଅଭିନବ ଶୈଳିର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ବୃକ୍ଷକୁ ଭାଇର ମର୍ଯ୍ୟାଦା ଦେବା ମାଧ୍ଯମରେ ରକ୍ଷାବନ୍ଧନ ସହ ଚାରାରୋପଣ ପର୍ବ ପାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ରକ୍ଷାବନ୍ଧନର ମହତ୍ବ ଓ ବୃକ୍ଷର ଜିବନଦାତା ରୂପି ମହତ ଉଦେଶ୍ୟ ସମ୍ପର୍କରେ ଅବଲୋକନ କରିଥିଲେ।ସେହିପରି ପୂର୍ଣମୀର ମାହାତ୍ମ୍ୟ ସହ ପ୍ରତ୍ୟେକ ବୃକ୍ଷର ନିତ୍ୟ ଯତ୍ନ ନେବା ଏବଂ ଭାଇପରି ସ୍ନେହଶ୍ରଦ୍ଧାରେ ଦେଖରେଖରେ ରଖିବାକୁ ଛାତ୍ରି ମାନଙ୍କୁ ଅତିଥି ମାନେ ପ୍ରବର୍ତ୍ତାଇ ଥିଲେ।

ଏହି ଅବସରରେ ବରପାଲି କବିଙ୍କ ଜନ୍ମପିଠରୁ ବରଗଡ଼ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଭିମୁଖେ ଯାଉଥିବା ଗଙ୍ଗାଧର ଜ୍ୟୋତିକୁ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଛାତ୍ରୀ ମାନେ ସମର୍ଦ୍ଧନା ଜଣାଇଥିଲେ। ଯୁବ ରେଡକ୍ରସ୍‌ ସଂଯୋଜକ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ରେଡକ୍ରସ୍ ସଂଯୋଜିକା ନିଳୀମା ନାୟକ ଏନ ଏସ୍ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନେପାଲ ବିଶ୍ଵାଳଙ୍କ ସମେତ ଅଧ୍ୟାପିକା ଶୋଭାବତୀ ଥପା,ସସ୍ମିତା ମେହେର,ପରିଣୀତା ପଧାନ ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ନୃପରାଜ୍ ଭୁଏ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉତ୍ସବରେ ସାମିଲ ହୋଇଥିଲେ।

error: Content is protected !!