Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜେଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ।

ଜେଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଦଲିପାଲି ପରିସରରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯିଇଛି।ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉତ୍ସବକୁ କ୍ରୀଡା ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନଙ୍କ ଦ୍ବାରା ସଂଚାଳିତ ହୋଇଥିଲା। ମଙ୍ଗଳବାର ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ କାବ୍ୟ କବିତାକୁ ନେଇ ଏକ ସଂଗୀତ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ ୪୮ ଜଣ ଛାତ୍ରୀ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ବରଗଡ଼ର ସୁନାମ ଧନ୍ୟ ସଂଗୀତଜ୍ଞ ପ୍ରମୋଦ କୁମାର ସାହୁ ଯୋଗ ଦେଇ ପ୍ରତିଯୋଗୀତାର ବିଚାରକ କାର୍ଯ୍ୟଭାର ତୁଳାଇଥିଲେ।

ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ମାନେ ମଞ୍ଚାସିନ ହୋଇଥିଲା। ଏହି ଅବସରରେ ଏକ ସାରସ୍ବତ ସଭା ଆୟୋଜିତ ହୋଇଥିଲା। ପରିଚାଳନାରେ ଅଧ୍ଯାପକ ସୁଧାଂଶୁ କୁମାର ଦାସ, ସୁରେଶ ବାରିକ, ମିନତି ବାବୁ, ନିବେଦିତା ବେହେରା, ସୁନିଲ ବେହେରା, ରବିନ୍ଦ୍ର ସାହୁ, ସୁରେନ୍ଦ୍ର ଦୀପ, ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ନୀରଜ ସାହୁ, ପ୍ରଦୀପ ମିଶ୍ର, ପ୍ରକାଶ ନନ୍ଦ, ଆନନ୍ଦ ବେହେରା ଓ କାଳୁ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!