Sunday, March 8, 2026
Homeରାଜ୍ୟଜେଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ।

ଜେଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ।

ବରପାଲି-ବରପାଲି ବ୍ଲକ କଦଲିପାଲି ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୧୧୯ତମ ‘ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁଶ୍ରୀ’ର ସଭାପତି ମନୋରଂଜନ ମେହେରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ପ୍ରଦୀପ କୁମାର ମେହେର ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଲେଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ସ୍ବାଇଁ ଓ ମୁଖ୍ୟ ବକ୍ତା ଭାବେ ଇଂରାଜୀ ବିଭାଗ ଶିକ୍ଷକ ତଥା ସାହିତ୍ୟିକ ସରୋଜ କୁମାର ଦାଶ ଯୋଗ ଦେଇଥିଲେ।

ଅତିଥି ମାନେ ପୁସ୍ତକର ଗୁରୁତ୍ଵ ଓ ମହତ୍ତ୍ଵ ଉପରେ ବର୍ଣ୍ଣନା ପୂର୍ବକ ପୁସ୍ତକର ମାନ ଓ ଚରିତ୍ରକୁ ନିର୍ମଳ କରିବା ସହ ଚିନ୍ତା ଓ ଚେତନାକୁ ପ୍ରସାରଣ ମାଧ୍ଯମରେ ମଣିଷକୁ ସମାଜର ଉଚ୍ଚ ସ୍ତରକୁ ପହଞ୍ଚାଇଥାଏ ବୋଲି ଆଲୋଚନା କରିଥିଲେ। ଆୟୋଜିତ ପୁସ୍ତକ ପ୍ରଦର୍ଶନୀରୁ ପସନ୍ଦ ମୁତାବକ ପୁସ୍ତକ ଚୟନ କରି ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖି ପ୍ରିତିମୟୀ ଦାଶ- ପ୍ରଥମ, ପ୍ରିୟଙ୍କା ସାହୁ-ଦ୍ବିତୀୟ, ଚିତ୍ର ରେଖା ବେହେରା ଓ ରାଖୀ ପ୍ରଧାନ- ତୃତୀୟ ସ୍ଥାନ ହାସଲ କରି ପ୍ରମାଣ ପତ୍ର ଓ ପୁସ୍ତକ ଗ୍ରହଣ କରି ପୁରସ୍କୃତ ହେଇଥିଲେ। କାର୍ଯ୍ୟକ୍ରମକୁ ଆବାହକ ଡକ୍ଟର ରବିନାରାୟଣ ସାହୁ ପରିଚାଳନା କରିଥିଲେ ।

error: Content is protected !!