ନୂଆପଡ଼ା-ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଠେଲକେବେଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆନ୍ତଃରାଜ୍ୟ ଜୁଆଆଡ୍ଡା ଚାଲିଥିଲା। କୋରାପୁଟ ତିଆଇଜି ଅଫିସ୍ର ପୁଲିସ ଛତିଶଗଡ଼ ସିଆରପିଏଫ ଯବାନ ସହାୟତରେ କୁଆଆଡ୍ଡା ଉପରେ ଚଢାଉ କରି କୋଡିଏ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଏହା ସହ ପ୍ରାୟ ୮୦ଜଣ ଜୁଆଡ଼ିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ନିକଟ ଜଙ୍ଗଲରେ ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲ୍ଲାର ଜୁଆଡ଼ିମାନେ ଜୁଆ ଖେଳୁଥିଲେ। ଏନେଇ ଅଞ୍ଚଳବାସୀ କୁଆଡେ ଜିଲ୍ଲା ପୁଲିସକୁ ଅନେକଥର ଅଭିଯୋଗ କରିଥିଲେ।
କିନ୍ତୁ ପୁଲିସ ଜୁଆଆଡ୍ଡାରେ ଚଢ଼ର କରିନଥିଲା। ଶେଷରେ ନୂଆପଡ଼ା ପୋଲିସ ଉପରେ ଅଞ୍ଚଳବାସୀଙ୍କ ଭରସା ଉଠିଯାଇଥିଲା। ଏଣୁ ଅଞ୍ଚଳବାସୀ ରାଜ୍ୟ ପୁଲିସ ଅଧିକରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ରାଜ୍ୟ ପୁଲିସ ଗୁଇନ୍ଦା ଲଗାଇ ଅଧିକ ତଥ୍ୟ ସଂଗ୍ରହ କରିବା ସହ ତଦନ୍ତ କରିଥିଲା ।ଦକ୍ଷିଣ-ପଶ୍ଚିମାଞ୍ଚଳ ତିଆଇଜିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ଗଠନ କରି ଆନ୍ତଃ ରାଜ୍ୟ ଜୁଆଆଡ୍ଡା ଉପରେ ଚଢ଼ର କରି ଜୁଆଡ଼ିଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତ କରିଥିଲା ।
ଏହି ଚଢ଼ାଉରେ ନୂଆପଡ଼ା ପୋଲିସ ଓ ସିଆରଏଫ ଯବାନଙ୍କ ମଧ୍ୟ ନିୟୋଜିତ କରିବାକୁ ଇଛପ୍ରକାଶ କରିଥିଲା । ସନ୍ଧ୍ୟାରେ କୋରାପୁଟ ତିଆଇଜି ଅଫିସ ପୁଲିସ ଟିମର ନେତୃତ୍ୱରେ ଛତିଶଗଡ଼ ରାଜ୍ୟ ସିଆରପିଏଫ ଯବାନଙ୍କ ସହାୟତାରେ ଚଢ଼ାଉ କରିଥିଲେ। ପ୍ରଥମେ ସିଆରପିଏଫ ଜବାନ ମାନେ ଜଙ୍ଗଳ ଚାରିପଟୁ ଘେରବନ୍ଦୀ କରି ଜୁଆଡ଼ିଙ୍କୁ ଏକ ଘରେ କାବୁ କରିଥିଲେ । ପରେ କୋରାପୁଟ ପୋଲିସ ପହଞ୍ଚି ପ୍ରାୟ ୮୦ ଜଣ ଜୁଆଡିଙ୍କୁ ଗିରଫ କରିଥିଲା । ସେଠାରୁ ପ୍ରାୟ କୋଡ଼ିଏ ଲକ୍ଷ ଟଙ୍କା ସହ ୨୫ ରୁ ଅଧୁକ ଦମୀ କାର ଓ ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା।
ଏନେଇ କେରାପୁଟ ପୋଲିସ ପରେ ନୂଆପଡ଼ା ପୁଲିସକୁ ଖବର ଦେଇଥିଲା । ରାତିରେ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଜୁଆଡ଼ି ମାନଙ୍କୁ ଜୋଙ୍କ ଥାନାକୁ ନେଇ ଅଧିକ ପଚରଉଚୁରା ଚାଲିଥିବା ସୂଚନା ମିଳିଛି। ଜୁଆଡି ମାନେ ନୂଆପଡ଼ା ଓ ବରଗଡ଼ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟ ମହାସମୁଦ ଏବଂ ରାୟପୁର ଅଂଚଳର ବୋଲି ସୂଚନା ମିଳିଛି। ଟଙ୍କା ଗଣିବା ପରେ ସଠିକ ତଥ୍ୟ ମିଳିବ ବୋଲି ପୋଲିସ ସୂଚନା ଦେଇଛି ।