ବରଗଡ଼- ବରଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ଯରେ ପୋଷଣ ପକ୍ଷ ଦିବସ ପାଳନ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଉପ ନିର୍ଦ୍ଧେଶକ ଉଦ୍ୟାନ କୃଷି ବିଭାଗ,ବରଗଡ଼ ଯୋଗ ଦେଇ ପୁଷ୍ଟିକର ଖାଦ୍ୟର ଉପକାରିତା ଏବଂ ମା ଵାପା ନିଜ ଶିଶୁକୁ ଭଲଭାବେ ଲାଳନ ପାଳନ କରିବା ଓ ସବୁଦିନ ଅଙ୍ଗନବାଡ଼ି ପଠାଇବା ନିମନ୍ତେ ମତ ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶ୍ରୀ ନାରାୟଣ ପାଣିଗ୍ରାହୀ ଯୋଗଦେଇ ଶିଶୁଙ୍କ ଉଜ୍ୱଳ ଭବିଷ୍ଯତ ତଥା ସୁସ୍ଥ ଶରୀର ନିମନ୍ତେ ପୋଷଣ ଯୁକ୍ତ ଖାଦ୍ୟର ଗୁରୁତ୍ୱ ବିଷୟରେ ବୁଝାଇ କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ସାବାତ୍ରୀ କୁମ୍ଭାର ପୋଷଣ ପକ୍ଷ ଦିବସର ଉଦ୍ଦେଶ୍ୟ ବୁଝାଇ କହିବା ସହିତ ସମସ୍ତ ଅଙ୍ଗନ ବାଡି କେନ୍ଦ୍ରରେ ଶିଶୁଙ୍କୁ ଦିଆଯାଉଥିବା ପୋଷଣଯୁକ୍ତ ଖାଦ୍ୟ ବିଷୟରେ କହିବା ସହ ମାଣ୍ଡିଆ ଵାଜରା ଭଳି ପୁଷ୍ଟିକର ଖାଦ୍ଯକୁ ପ୍ରାଧାନ୍ଯ ଦେଇ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବାକୁ କହିଥିଲେ । ମୁଖ୍ୟ ଅତିଥି ଦ୍ଵାରା ପ୍ରଦୀପ୍ ପ୍ରଜ୍ଜଲ୍ଲନ ପରେ ସମସ୍ତେ ମିଲେଟ୍ ଖାଦ୍ୟ ମେଳା ପରିଦର୍ଶନ କରିଥିଲେ ।