ପଦ୍ମପୁର – ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରାଲମ୍ବ ପ୍ରସାଦ ପଟେଲ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଏ ବି ଇ ଓ ଶ୍ରୀ ଜୟ କୁମାର ସାହୁ, ଶ୍ରୀ ରାମ ସିଂ ଭୋଇ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ସୋନୁ ଷଡ଼ଙ୍ଗୀ ସତ୍ୟ ସେବା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରେମାନନ୍ଦ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ସଭାରେ ଆଗାମୀ ଅକ୍ଟୋବର ଶେଷ ସପ୍ତାହରେ ହେବାକୁଥିବା ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା କୁ ଶୃଙ୍ଖଳିତ ଭାବରେ କିପରି କରାଯାଇପାରିବ ସେ ସମ୍ୱନ୍ଧରେ ସବିଶେଷ ଆଲୋଚନା ହୋଇଥିଲା। ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ବ୍ଲକର ସବୁ ସ୍କୁଲର ପ୍ରଧାନଶିକ୍ଷକ, ସମସ୍ତ ଖେଳଶିକ୍ଷକ ଓ ସମସ୍ତ ସି ଆର ସି ସି ଯୋଗଦେଇଥିଲେ। ବ୍ଲକ କ୍ରୀଡ଼ାସଙ୍ଘ ର ସମ୍ପାଦକ ଶ୍ରୀ ହରେକୃଷ୍ଣ ମେହେର କାର୍ଯ୍ୟକ୍ରମଟି ର ସଂଯୋଜନା କରିଥିଲେ।ପରିଶେଷରେ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କ୍ଷୀରସିନ୍ଧୁ ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ।



