ବରଗଡ-ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ବରଗଡ଼ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଉଦ୍ୟାନକୃଷି କର୍ମଶାଳା ଏବଂ ତେଲ ତାଳ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ, ବରଗଡ଼ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ ଉଦ୍ୟାନ ସମ୍ପ୍ରସାରଣ କର୍ମୀ ଶ୍ରୀମତୀ ଇପ୍ସିତା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ, ବରଗଡ଼ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ଅଣ ଧାନ ଫସଲ ଯଥା ତେଲ ତାଳ (ଅୟେଲ ପାମ) ଚାଷ କରିବା, ଆଳୁ ଚାଷରେ ବରଗଡ଼ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ପାଇଁ ଏବଂ ଆବଣ୍ଟିତ ରିହାତି ଅନୁଦାନ ସମ୍ପୂର୍ଣ ବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମାନିନୀ ଭୋଇ, ଅଧ୍ୟକ୍ଷା ଜିଲ୍ଲା ପରିଷଦ, ବରଗଡ଼, ଶ୍ରୀମତୀ କଳ୍ପନା ମାଝି, ପୌରପରିଷଦ ଅଧ୍ୟକ୍ଷା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର, ବରଗଡ଼ର ବିଶେଷଜ୍ଞ ଡ଼. ରାହୁଳଦେବ ବେହେରା ବିଭିନ୍ନ ଯୋଜନା ଯଥା MKUY, PMKSY-PDMC, MIDH, NMEO-OP ଏବଂ ଜୈବିକ ଚାଷ ବିଷୟରେ ଏବଂ Godrej Agrovet Ltd. ର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ସଙ୍କଳେଶ୍ୱର ମହାନ୍ତି ତେଲ ତାଳ ବିଶେଷଜ୍ଞ ଭାବରେ ଯୋଗ ଦେଇ ଚାଷୀ ମାନଙ୍କୁ ତେଲ ତାଳ ଚାଷ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ । ଶେଷରେ ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ, ପଦ୍ମପୁର ଶ୍ରୀ ଗୋବିନ୍ଦ ପଧାନ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।