ବରପାଲି-ବରଗଡ଼ ଜିଲ୍ଲା ଲନ୍ ବଲ ଦଳ ପୁରୁଷ ଓ ମହିଳା ବିଭାଗ ଖେଳାଳୀ ମାନେ ଆନ୍ତ ଜିଲ୍ଲା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭୁବନେଶ୍ବର ଯାତ୍ରାରେ ବାହାରିଛନ୍ତି। ଆନ୍ତଃ ଜିଲ୍ଲା ଲନ୍ ବଲ୍ସ ପ୍ରତିଯୋଗି ଦଳ ଶନିବାର ବରପାଲି ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲେ। ଓଡିଶା ଦ୍ବିତୀୟ ଆନ୍ତଃ ଜିଲ୍ଲା ଲନ୍ ବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ୨୫ ବର୍ଷରୁ କମ୍ ଏବଂ ବରିଷ୍ଟ ଖେଳାଳୀ ମାନେ ସାମିଲ ହୋଇଛନ୍ତି।
କଲିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର ୨୯ ସେପ୍ଟେମ୍ବର ରୁ ୧ ଅକ୍ଟୋବର ପର୍ଯ୍ଯନ୍ତ ପ୍ରତିଯୋଗିତା ଜାରି ରହିବ। ଗତ ବର୍ଷ ବରଗଡ଼ ଜିଲ୍ଲା ଲନ୍ ବଲ୍ସ ଦଳ ଶ୍ରେଷ୍ଠ ଦଳ ଭାବେ ବିବେଚିତ ହୋଇଥିଲେ। ଶନିବାର ପୂର୍ବତନ ସଂସଦ ସଭାପତି ଡଃ. ପ୍ରଭାସ କୁମାର ସିଂ ଓ ସଂପାଦକ ଯଶୋବନ୍ତ ପୂଝାରୀଙ୍କ ସମେତ ବହୁ କ୍ରିଡାପ୍ରେମି ଓ ଖେଳାଳୀ ମାନେ ସ୍ଥାନିୟ ଷ୍ଟେସନରେ ପହଞ୍ଚି ଖେଳାଳୀ ମାନଙ୍କୁ ଶୁବେଚ୍ଛା ଜଣାଇଥିଲେ।
ଖେଳାଳି ମାନଙ୍କ ମଧ୍ୟରେ ମହିଳା ବିଭାଗରେ ଆରତୀ ଭୋଇ,ନମିତା ବାରିକ,ସୂର୍ଯ୍ୟା ଭୋଇ, ଭାବନା ନାଗ,ସୁଷମା ବିଶ୍ବାଲ,ମିନା ବେହେରାଙ୍କ ସହ ପୁରୁଷ ଦଳରେ ପ୍ରତ୍ୟୁଷ କୁମାର ପଣ୍ଡା , ଦେବାର୍ଚ୍ଚନ ଭୁଏ,ଦନାର୍ଦନ ପଣ୍ତା,ସାହିଲ ଗଡତିୟା,ପିୟୁଷ ପଣ୍ତା,ରିତେଶ ସେଠ,ସୁମନ ବାରିକ,ଶିବୁ ସାହୁ,କପିଲ ବାରିକ,ଅନିଶ ପନୁଆ ଓ ସ୍ମାରକ ମାଝି ପ୍ରମୁଖ ଖେଳାଳୀ ମାନେ ଯାତ୍ରାରେ ବାହାରିଥିଲେ।