Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜିଲ୍ଲା ଯାଦବ ସମାଜ କଲ୍ୟାଣ ମଣ୍ଡପ ଉଦଘାଟନ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ପ୍ରସ୍ତୁତି ବୈଠକ ।

ଜିଲ୍ଲା ଯାଦବ ସମାଜ କଲ୍ୟାଣ ମଣ୍ଡପ ଉଦଘାଟନ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ପ୍ରସ୍ତୁତି ବୈଠକ ।

ପଦ୍ମପୁର-ଆଗାମୀ ମାର୍ଚ୍ଚ ମାସ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବାକୁ ଯାଉଥିବା ବରଗଡ ଜିଲ୍ଲା ଯାଦବ କଲ୍ୟାଣ ମଣ୍ଡପ ଉଦଘାଟନ ସାଙ୍ଗକୁ ଯାଦବ ସମାଜ ମହାସଭା ଏବଂ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଳନର ପ୍ରସ୍ତୁତି ବୈଠକ ବରଗଡ ଜିଲ୍ଲା ଯାଦବ ସମାଜର ସଭାପତି ରାଜୁ ଘିବେଳାଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଯାଦବ ସମାଜର ବିକାଶ ଏବଂ ସୁଦୃଢ ସଂଗଠନରେ ସହାୟକ ହେବା ସାଙ୍ଗକୁ ବରଗଡ ଜିଲ୍ଲାର ସାମଗ୍ରୀକ ବିକାଶ ହେବାରେ ଯାଦବ ସମାଜର ପ୍ରମୁଖ ଭୁମିକା ହେବ ବୋଲି ଆଲୋଚନା ହୋଇଥିଲା ଏବଂ ବିଶ୍ୱଶାନ୍ତି ମହାଯଜ୍ଞରେ ୧୦୮ ଯୋଡି କର୍ତ୍ତା ଯଜ୍ଞ ସଂପାଦନ କରିବାକୁ ଥିବାବେଳେ ସର୍ବଶ୍ରୀ ଧନପତି ବଗର୍ତ୍ତୀ, ସଂଜୀବ ବଗର୍ତ୍ତୀ,ମୋହନ ବନଛୋର ଯଜ୍ଞକର୍ତ୍ତା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ପଶ୍ଚିମ ଓଡିଶାର ଏବଂ ଛତିଶଗଡର ଏକ ମୂଖ୍ୟ ଧର୍ମପୀଠ ନୃସିଂହନାଥ ହୋଇଥିବାରୁ ଆଗାମୀ ଦିନରେ ଏଠାରେ ମଧ୍ୟ ଏକ ବଡଧରଣର ଏକ କୋଟି ଟଙ୍କାର ବ୍ୟୟ ମୂଲ୍ଯର ଯାଦବ କଲ୍ୟାଣ ମଣ୍ଡପ ତିଆରି କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା ।ପଦ୍ମପୁର ଉପଖଣ୍ଡ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପଦ୍ମପୁର ଉପଖଣ୍ଡ ସଂଯୋଜକ ଦାଇତ୍ୱ ସପ୍ତସିନ୍ଧୁ ବଗର୍ତ୍ତୀଙ୍କୁ ପ୍ରଦାନ କରାଗଲା । ଏହି ବୈଠକରେ ଅନ୍ୟାମାନଙ୍କ ମଧ୍ୟରେ ଓମପ୍ରକାଶ ଭୋଇ, ଗଣପତି ବଗର୍ତ୍ତି, ଠାକୁର ପାଣ୍ଡେ, ଡୁଗୁରୁ ଭୋଇ, ମୋତିଲାଲ ପୋଡ, ଟିକୁ ବାଗ, ସାହେବ କୁଦେଇ, ଝସକେତାନ ବଗର୍ତ୍ତି, ଉଦ୍ଧବ ଭହୁଏ, ସୁବାସ ଚନ୍ଦ୍ର ହଂସ, ଛେଲିଆ ପୋଡ, ସଚ୍ଚିଦାନନ୍ଦ ବାଗ, ଶ୍ରୀନୀବାସ ବାଗ, ଧ୍ରୁବ ଚରଣ ହାତୀ, ଦେବାରଚନ ବାଗ, ଶତୁ ଥପା, ନୀଲାଦ୍ରୀ ମହାକୁଡ, ଶ୍ରୀଧର ହାତୀ, ଶୁଭାକର ବନଛୋର ପ୍ରମୁଖ ପଦ୍ମପୁର ଉପଖଣ୍ଡ ସମସ୍ତ ବ୍ଲକ ସଭାପତି ଏବଂ ସକ୍ରୀୟ ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

error: Content is protected !!