Saturday, March 1, 2025
spot_imgspot_imgspot_img
Homeରାଜ୍ୟଜିଲ୍ଲା ପ୍ରଶାସନ ସହାୟତାରେ ଗାଁ କୁ ଗଲା ମୃତକଙ୍କ ଶବ।

ଜିଲ୍ଲା ପ୍ରଶାସନ ସହାୟତାରେ ଗାଁ କୁ ଗଲା ମୃତକଙ୍କ ଶବ।

ବରଗଡ-ଘେଁସ ବଡ଼ଜୋର ପାଖରେ ଶୁକ୍ରବାର ଘଟିଥିବା ଏକ ଲୋମ ଟାଙ୍କୁରା ସଡ଼କ ଦୁର୍ଘଟଣାରେ ତିନିଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ତେବେ ଆଜି ଶନିବାର ମୃତକଙ୍କ ଶବକୁ ଜିଲ୍ଲା ପ୍ରସାଶନ ବରଗଡ଼ ସହାୟତାରେ ମୃତକଙ୍କ ଗାଁ କୁ ଶବ ପହଁଞ୍ଚାଇବାର ଉଚିତ ବ୍ୟବସ୍ଥା କରାଯିବା ସହିତ ବରଗଡ଼ ଅତିରିକ୍ତ ତହସିଲଦାର ଶ୍ରୀ ଦିବାକର ପଧାନ ମୃତକଙ୍କ ଗାଁ କୁ ଯାଇ ସମ୍ମାନର ସହିତ ମୃତକଙ୍କ ଶବ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ସୂଚନା ମୁତାବକ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଘେଁସ୍‌ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଥିଲା। ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇ ଅନ୍ୟଏକ ସ୍କର୍ପିଓ ଗାଡ଼ି ରେ ବସିଥିବା ୩ଜଣଙ୍କ ମୃତ୍ୟୁବରଣ ହୋଇଥିଲା।

ମୃତକମାନେ ହେଲେ, ଛତିଶଗଡ଼ ରାୟଗଡ଼ ଜିଲା ଝିକାବାହାଲ ଗ୍ରାମର ଅଂଶୁମାନ ବେହେରା(୧୧), ତାଙ୍କ ମା ଲିଲି ବେହେରା(୩୫) ଏବଂ ସ୍କର୍ପିଓ ଡ୍ରାଇଭର ଉଦୟ ସିଂ ସିଧାର(୪୦)। ସେହିପରି ଅନ୍ୟ ୨ଜଣ ମୃତ ଅଂଶୁମାନଙ୍କ ଭଉଣୀ ଅଂଶିକା(୭) ଏବଂ ବାପା ନୈମିଶ(୪୨) ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ମୃତାହତ ସ୍କର୍ପିଓ ଗାଡ଼ିରେ ପଦ୍ମପୁର ପାଖ ସତିଆଁ ଗ୍ରାମକୁ ଯାଉଥିଲେ। ନୈମିଶ ପରିବାର ଲୋକଙ୍କ ସହିତ ଉକ୍ତ ଗ୍ରାମର ତାଙ୍କ ଶ୍ୱଶର ଘରକୁ ଆସୁଥିଲେ। ମାତ୍ର ଘେଁସ୍‌ ନିକଟ ଏକ ଢ଼ାବା ଆଗରେ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ସ୍କର୍ପିଓ ଧକ୍କା ଦେଇଥିଲା।

ଫଳରେ ତୀବ୍ରବେଗରେ ଆସୁଥିବା ସ୍କର୍ପିଓର କିଛି ଅଂଶ ଟ୍ରକ ପଛପଟକୁ ପଶି ଯାଇଥିଲା। ଖବର ପାଇ ମେଲଛାମୁଣ୍ଡା ଥାନା କର୍ମଚାରୀଙ୍କ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରୁ ମୃତାହତଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ଆଣିଥିଲା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼ କୁ ଆଣିଥିଲେ ଉକ୍ତ ଦୁର୍ଘଟଣାରେ ମୋଟ ତିନିଜଣ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ମୃତ୍ୟୁବରଣ କରିଥିବା ମୃତାହତଙ୍କ ଶବ ଗ୍ରାମକୁ ନେବାରେ କିଛିଟା ସମସ୍ୟା ଦେଖାଯିବାର ବିଷୟରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରଠୁ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ବରଗଡ଼ ତତ୍ପରତା ଦେଖାଇଥିଲେ ଓ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେଙ୍କ ଆଦେଶ କ୍ରମେ ବରଗଡ଼ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଦିବାକର ପଧାନ ମୃତାହତଙ୍କ ଗ୍ରାମ ପଡୋଶୀ ରାଜ୍ୟ ଛତିଶଗଡ ଝିକାବାହାଲ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ମୃତକଙ୍କ ଶବ ହସ୍ତାନ୍ତର କରି ଫେରିଥିଲେ। ବରଗଡ଼ ଜିଲ୍ଲା ପ୍ରସାଶନର ଉକ୍ତ କାଯ୍ୟକ୍ରମକୁ ପଡୋଶୀ ରାଜ୍ୟ ସହିତ ବିଭିନ୍ନ ମହଲରେ ଲୋକେ ପ୍ରଶଂସା କରିଛନ୍ତି।

error: Content is protected !!