ବରପାଲି-ବରପାଲି ବ୍ଲକ କୁଶନପୁରୀ ଆନନ୍ଦଭବନ ପରିସରରେ ବରଗଡ ଜିଲ୍ଲା ଗୌଣ୍ତ ମହାସଭା ସମିତି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ସଭାପତିତ୍ବରେ ପରିଚାଳିତ ସଭାକୁ ସମ୍ପାଦକ ଧନେଶ୍ବର ସିଂ ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଓଡିଶା ପ୍ରଦେଶ ସଭାପତି ମହେନ୍ର୍ଦ ନାଏକ,ସଂଗଠନ ସମ୍ପାଦକ ପ୍ଯାରିମୋହନ ବାରିକ,ଝାରସୁଗୁଡା ଜିଲ୍ଲା ସଭାପତି ଡମ୍ବରୁଧର ନାଏକ,ବଲାଙ୍ଗିର ସଭାପତି ଶ୍ଯାମସୁନ୍ଦର ଭୋଇ,ଅନୁଗୋଲ ସଭାପତି ସଦାଶିବ ନାଏକ,କାର୍ଯ୍ଯାଳୟ ସମ୍ପାଦକ ଚୁଡାମଣି ଧରୁଆ,ବରଗଡ ଜିଲ୍ଲା ମହିଳା ସଭାନେତ୍ରି ଯାଜ୍ଞ୍ଯସିନୀ ଭୋଇ,ଆହ୍ଲାଦିନୀ ଧରୁଆ,ଗିତା ଧରୁଆ,ମମତା ଧରୁଆ,ଦିପାଞ୍ଜଳୀ ଧରୁଆ,ରୂପେଶ୍ବରୀ ଛତ୍ରିଆ,ଇନ୍ର୍ଦାଣୀ ଭୋଇ,ସରୋଜ ଧରୁଆ,ବେଲାରସେନ ପୁଟ୍ଟା,ରମେଶ ଜଗତ,ଚୈତୁ ସିଂଦାଉ,ଭାଗବତିଆ ସିଂଦାଉ,ଲକ୍ଷ୍ମି ସିଦ୍ଦାର,ଚିତ୍ତରଞ୍ଜନ, ଦୁର୍ଯ୍ଯୋଧନ ପୁଟ୍ଟା,ଜୟସିଂ ଦାଉ ସମେତ ଜିଲ୍ଲା କମିଟି,ଗୁଡି କମିଟି ସଦସ୍ଯ ଓ ସଦସ୍ଯା ମାନେ ସାମିଲ ହୋଇଥିଲେ। ଜିଲ୍ଲା ଗୌଣ୍ତ ମହାସଭା ସମିତି କୋଷାଧ୍ଯକ୍ଷ ତଥା କୁଶନପୁରୀ ଗଁତିଆ ଚୁଡାମଣୀ ରାଏଙ୍କ ବିୟୋଗକୁ ନେଇ ଏକ ଶୋକସଭା ଆୟୋଜିତ ହୋଇଥିଲା। ଉପସ୍ଥିତ ଭଦ୍ରମଣ୍ତଳୀ ଚୁଡାମଣୀ ବାବୁଙ୍କ ମାନବିୟ ଗୁଣ,ସାମାଜିକ ବ୍ଯବସ୍ଥାରେ ପାରଦର୍ଶିତା, ବଦାନ୍ଯତା, ଉଦାରପଣ, ସହଭାଗିତା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ପରେ ସଂଘ ପକ୍ଷରୁ ଶୋକାକୂଳ ପରିବାର ବର୍ଗଙ୍କୁ ସ୍ବନ୍ତନା ଦେବା ସହ ସମବେଦନା ଜଣାଇଥିଲେ। ପରେ ସମିତି ପକ୍ଷରୁ ନୁତନ ଜିଲ୍ଲା ଓ ବ୍ଲକ କମିଟି ମାନ ପୁନଃଗଠନ ଦିଗରେ ଅଗ୍ରଗତି ନେବାକୁ ସିଦ୍ଧାନ୍ତ ନେଇଥିଲେ। ପରିଶେଷରେ ମହାସଚିବ ଧନେଶ୍ବର ସିଂ ଧନ୍ଯବାଦ ଅର୍ପଣ କରିଥିଲେ।