ପାଇକମାଲ-ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲ ସଭାଗୃହରେ ଜିଲ୍ଲା ସ୍ତରୀୟ ସାଇନିଂଷ୍ଟାର ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ। ସାଂସଦଙ୍କୁ ଉତ୍ତରୀୟ ଏବଂପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇ ଥିଲା,ପ୍ରକୃତି ବନ୍ଧୁ ବଡ଼ ଶତପଥୀ ମୁଖ୍ୟ ଅତିଥିଙ୍କୁ ଏକ ଅଶୋକ ଚାରା ପ୍ରଦାନ କରିବା ସହ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ତଥା ଅତିଥି ମାନଙ୍କୁ ଙ ପ୍ରତି ବର୍ଷ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇ ଥିଲେ ।
ତ୍ରି ଦିବସୀୟ ଶିବିର ରେ ବରଗଡ ଜିଲ୍ଲା ର ୧୨ ଟି ଯାକ ବ୍ଲକର ୧୬୪ ଜଣ ସାଇନିଂଷ୍ଟାର ମାନଙ୍କୁ ୬୭ ଜଣ ସାଧନ କର୍ମୀ ମାନଙ୍କ ଦ୍ଵାରା ଆଗାମୀ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ରେ A1 ଗ୍ରେଡ ହାସଲ କରିବାପାଇଁ କୌଶଳ ଗୁଡ଼ିକୁ ବୁଝାଇ ଥିଲେ।ସକାଳ ୬ ଟା ରୁ ଛାତ୍ରୀ ମାନେ ଯୋଗାଭ୍ୟାସ, ବିଷୟ ଶିକ୍ଷା, ପ୍ରେରଣାତ୍ମକ୍ କାର୍ଯ୍ୟକ୍ରମ ସହ ରାତି ୯ ଟା ପର୍ଯ୍ୟନ୍ତ ନିଜ ନିଜ ବିଷୟର ଥିବା ସନ୍ଦେହ ଗୁଡ଼ିକୁ ମୋଚନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡି ଇ ଓ ରାଧାକାନ୍ତ ଛାତ୍ରୀ ଓ ପାଇକମାଳ ବି ଇ ଓ ଚୁଡ଼ାମଣି ବାରିକ ଯୋଗଦାନ କରି ବରଗଡ ଜିଲ୍ଲାର ଅଭିନବ ପ୍ରୟାସ ବିଷୟରେ ସୂଚନା ଦେଇଥିଲେ ।
ଛାତ୍ରଛାତ୍ରୀ ମାନେ ୨ୟ ପର୍ଯ୍ୟାୟ ଶିବିର ଆୟୋଜନ ସହ ଅଧିକ ସାଧନ କର୍ମୀ ଶିକ୍ଷକ ଙ୍କ ବ୍ୟବସ୍ଥା କରିବାପାଇଁ ମତ ଦେଇଥିଲେ।ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମର ପଟ୍ଟନାୟକ ଶିବିର ପରିଚାଳନା କରିଥିଲେ। ଜ୍ୟୋତିର୍ମୟୀ ପଟ୍ଟନାୟକ, ବବିତା ବେହେରା, ଆନନ୍ଦିନୀ ସେଠ୍,ମଧୁସ୍ମିତା ମେହେର,ନିରୁପମା ସାହୁ,ସୁଦାମ ପାଣ୍ଡେ,ରଜତ ସାହୁ ,ଅମିତ ସାହୁ,ମନୋଜ ସାହୁ, ଜେ ସ୍ଵାଧୀନ,ଲିଙ୍ଗରାଜ ସାହୁ,ଭବାନୀ ଭୋଇ,ନରସିଂହ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।