ଗାଇସିଲାଟ-ଗାଇସିଲାଟ ଅନ୍ତର୍ଗତ ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟ ବରିହାପୁଖାପାଣି ଠାରେ ବ୍ଳକ ସ୍କୁଲ ସ୍ପୋର୍ଟସ ଆସୋସିଏସନ୍ ଓ ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏଙ୍କ ସ୍ୱଭାପତିତ୍ବରେ ବରଗଡ଼ ଜିଲ୍ଲାସ୍ତରୀୟ ଦ୍ଵିଦିବସୀୟ ଚେସ୍, ଯୋଗ ଓ ବ୍ୟାଡମିଣ୍ଟନ୍ ଚମ୍ପିୟାନସିପ୍ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ଅଧ୍ୟକ୍ଷ, ଗାଇସିଲାଟ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା କ୍ରୀଡା ଶିକ୍ଷା ନିରକ୍ଷକ ଶ୍ରୀଯୁକ୍ତ ଜ୍ୟୋତିଷ ଚନ୍ଦ୍ର ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ସମ୍ମାନୀତ ଅତିଥି ଭାବରେ ଗାଇସିଲାଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ, ଗାଇସିଲାଟ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଭୀଷ୍ମ ମାଝୀ, ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମଲଲ ବରିହା, ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନୀଲ କୁମାର ବେହେରା, ବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା, ଶରଧାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଓକିଲ ପାଣ୍ଡେ ତଥା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ । ଜିଲ୍ଲାର ୧୨ଟି ବ୍ଲକରୁ ୧୮୭ ଜଣ ପ୍ରତିଯୋଗୀ ଓ ୪୫ ଜଣକ୍ରୀଡା ଶିକ୍ଷକ ମାନେ ଅଫିସିଆଲ୍ ଭାବରେ ଯୋଗଦେଇଥିଲେ ।

ଶିକ୍ଷକ ନବୀନ ସାହୁଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା । ବ୍ଲକ କ୍ରୀଡା ସମ୍ପାଦକ ଶ୍ରୀଯୁକ୍ତ କଂଗ୍ରେସ ପଧାନ ବିବରଣୀ ପଠନ କରିଥିଲେ । ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମୋହନ ରଣା ସ୍ବାଗତ ଭାଷଣ ଦେଇଥିବାବେଳେ ଶ୍ରୀଯୁକ୍ତ ଅନୀଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ, ବ୍ଲକର ସମସ୍ତ ସି. ଆର.ସି.ସି. ତଥା ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ମଙ୍ଗଳବାର ଏହି କାର୍ଯ୍ୟକ୍ରମର ଉଦଯାପନ ଅନୁଷ୍ଠିତ ହେବ।



