
ବୌଦ୍ଧ-ବୌଦ୍ଧ ବ୍ଲକ ପଦ୍ମନପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଉପଆରକ୍ଷୀ ଅଧୀକ୍ଷକ ଆନନ୍ଦ ଡୁଙ୍ଗଡୁଙ୍ଗ ଶିବିରରେ ଯୋଗଦେଇ ଅଭିଯୋଗ ପାଇଁ ଆସିଥିବା ଅଭିଯୋଗ ଗୁଡିକର ସମାଧାନ କରିଥିଲେ । ଅଭିଯୋଗ ଗୁଡିକ ମଧ୍ୟରେ ଆବାସ ଯୋଜନାରେ ଗୃହ ଯୋଗାଇବା, ନୂତନ ଭାବେ ଭତ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଓ ପାନୀୟ ଜଳ ସମସ୍ୟା ଆଦି ରହିଥିଲା । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ, ତହସିଲଦାର ଅନିତା କୁମାରୀ ସାହୁ, ଡ଼. ସଂଘମିତ୍ରା ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଶିବିରରେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ସମାଧାନ ଦିଗରେ ସହଯୋଗ କରିଥିଲେ । ଏହି ଶିବିରକୁ ଆସିଥିବା ସମସ୍ତ ଅଭିଯୋଗକାରୀଙ୍କ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ମୋଟ ୧୨୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ବ୍ୟକ୍ତିଗତ ୧୧୩ ଗୋଟି ଓ ସାମୂହିକ ଗ୍ରାମ୍ୟ ସମସ୍ୟା ୯ ଗୋଟି ରହିଥିବା ବେଳେ ଆର୍ଥିକ ସହାୟତାରେ ଜଣକୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି ।



