ବରପାଲି-ବରପାଲି ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ଯାଳୟ ରାଜିବ ଗାନ୍ଧି ସଭାଗୃହ ପରିସରରେ ବରଗଡ ଜିଲ୍ଲାପାଲଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ଯକ୍ରମ ହୋଇଯାଇଛି। ସୋମବାର ଆୟୋଜିତ କାର୍ଯ୍ଯକ୍ରମରେ ବରଗଡ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ ପକ୍ଷରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ସଙ୍ଗଠନ ସଭାପତି ରବି ନାରାୟଣ ପଣ୍ତାଙ୍କ ନେତୃତ୍ବରେ ସମ୍ପାଦକ ବଦ୍ରି ପ୍ରସାଦ ସାହୁ,ଉପ ସଭାପତି ପ୍ରଭୁଚରଣ ମହାନ୍ତି ଓ ବ୍ଯମକେଶ କର, ରଞ୍ଜନ କୁମାର ଦେବତା, ଲଲାଟେନ୍ଦୁ ଦାଶ, ପ୍ରଦ୍ଯୁମ୍ନ ତ୍ରିପାଠୀ, ସୁବ୍ରତ ସାହୁ, ମେଘନାଦ ସାହୁ, ଧରମରାଜ ସିଂବରିହା ପ୍ରମୁଖ ଅଭିଯୋଗ ଆଣିବା ସହ ବିହିତ କାର୍ଯ୍ଯନୁଷ୍ଠାନ ପାଇଁ ଦାବୀ ଜଣାଇଥିଲେ।
ଦାବୀ ମାନଙ୍କ ମଧ୍ଯରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା, ଗତ କିଛି ଦିନ ପୁର୍ବରୁ ସୋନପୁର ବ୍ଲକ କାର୍ଯ୍ଯାଳୟରେ ସାମ୍ବାଦିକ ଧିରେନ୍ର୍ଦ ଦାନୀଙ୍କ ଉପରେ ଆକ୍ରମଣ ଏବଂ ଅଭିଯୋଗ କରିବାକୁ ଗଲାବେଳେ ପୋଲିସର ଗିରଫଦାରୀ ଘଟଣା। ଏହି ଘଟଣାର ବିଧିବଦ୍ଧ ତଦନ୍ତ ହେବା ସହ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ, ସେହିପରି ପୁର୍ବରୁ ସଂଘ ପକ୍ଷରୁ ବାରାମ୍ବାର ଦାବୀ ହେଉଥିବା ସ୍ବାସ୍ଥ୍ୟ ବୀମାର ଆର୍ଥିକ ରାଶି ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି,ସାମ୍ବାଦିକ ମାନଙ୍କ ଅବସରପ୍ରାପ୍ତ ବୟଷ୍କ ସାମ୍ବାଦିକଙ୍କ ପାରିବାରିକ ସୁରକ୍ଷା ପାଇଁ ପେନସନ ଯୋଜନା ଲାଗୁ କରାଯାଉ,
ବରପାଲି ଜଗନ୍ନାଥ ନଗର ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯାଉ। ନିର୍ମାଣକାର୍ଯ୍ଯ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ଯନ୍ତ ଉକ୍ତ ରାସ୍ତାରେ ଭାରି ଯାନ ସହ ବସ ଚଳାଚଳକୁ ବନ୍ଦ କରାଯିବା ଆଦି ଦାବୀକୁ ନେଇ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହା ସହ ଆମର ଗତ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ ବରପାଲି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଅନ୍ଯ ଏକ ଦାବିପତ୍ର ମଧ୍ଯ ପ୍ରଦାନ କରାଯାଇଥିଲା ।