ପାଇକମାଲ-କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତା ୨୦ରୁ ହେବାକୁ ଥିବା ୭୧ତମ ସିନିୟର୍ ଜାତୀୟ କବାଡି ଚମ୍ପିୟାନସିପ୍ (ପୁରୁଷ)ରେ ରେଫରୀ ଭାବରେ ଦାୟିତ୍ଵ ନେବେ ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡା ଗାଁର ଅଜିତ କୁମାର ପ୍ରଧାନଙ୍କୁ ଅମାଚର କବାଡି ଫେଡେରେସନ ଅଫ୍ ଇଣ୍ଡିଆ ଚୟନ କରିଛି। ଓଡ଼ିଶାରୁ ତାଙ୍କ ସମେତ ୬ ଜଣ ଚୟନ ହୋଇଛନ୍ତି। ଶ୍ରୀ ପ୍ରଧାନ ବୃତ୍ତିରେ ଜଣେ ଶିକ୍ଷକ।

ସେ ଜାମସେଠ ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ଭାବରେ ଅଛନ୍ତି। ଶ୍ରୀ ପ୍ରଧାନ ମାଣ୍ଡୋସିଲ ଅଞ୍ଚଳର ଜଣାଶୁଣା ତଥା ଅଭିଜ୍ଞ ସମ୍ପନ୍ନ କବାଡି ରେଫରୀ। ସେ ଜିଲ୍ଲା ତଥା ରାଜ୍ୟ ଭାହାରେ ଅନେକ କବାଡି ପ୍ରତିଯୋଗିତାରେ ରେଫରୀ ଦାୟିତ୍ୱରେ ତୁଲାଇଛନ୍ତି । ପ୍ରତିଯୋଗିତାରେ ଚୟନ ହୋଇଥିବାରୁ ଏନବି ରେଫରୀ ୟୁନିୟନ ତଥା ମାଣ୍ଡୋସିଲ ଅଞ୍ଚଳର ଜନସାଧାରଣଙ୍କ ଶୁଭେଚ୍ଛା ଜଣାଇଛନ୍ତି।

