Saturday, March 7, 2026
Homeରାଜ୍ୟଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ବ୍ଲକସ୍ତରୀୟ ସମାରୋହରେ ରାସନ କାର୍ଡ ବଣ୍ଟନ ।

ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ବ୍ଲକସ୍ତରୀୟ ସମାରୋହରେ ରାସନ କାର୍ଡ ବଣ୍ଟନ ।

ପଦ୍ମପୁର-ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ଏହାର ସିଧା ପ୍ରସାରଣ ପଦ୍ମପୁର ଠାରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ଦେବତା ଙ୍କ ସଭାପତିତ୍ୱ ରେ ପ୍ରସାରିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଭୋଏ ଓ ସମ୍ମାନିତ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, ତହସିଲଦାର ବିପିନ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ମକରର୍ଧଜ ବଗାର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୋଳି ରାଉତ, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସାହୁ ଯୋଗଦେଇ ୧୩ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ବଣ୍ଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବନମାଳୀ ରାଉତିଆ ମଞ୍ଚ ପରିଚାଳନା କରିଥିବା ବେଳେ ରମେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବ୍ଲକର ବିକ୍ରମ କେଶରୀ, ଅମିତ କୁମାର, ଓମ ପ୍ରକାଶ, ମଧୁସୂଦନ, ଯୋଗେଶ୍ୱରୀ, ରାଗିଣୀ, ପିତାମ୍ବର, ଗଣପତି, ଦୀପକ, ବିଜୟ, ସୁରେଶ, ସୁଶାନ୍ତ, ଅଂଶୁ କୁମାର, ବିକାଶ, ପ୍ରସନ୍ନ, ସନ୍ତୋଷ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ଶତାଧିକ ହିତାଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ଓ ଉକ୍ତ ସଭାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ପଦ୍ମପୁର ଶ୍ରୀମହେନ୍ଦ୍ର ସାହୁ,ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

error: Content is protected !!