ବରଗଡ-ଦେଶ ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ଯ ଜାତିପ୍ରଥାର କୁସଂସ୍କାର ଓ ଭେଦଭାବ ସମାଜ ପ୍ରତି ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ କ୍ଷୋଭର ବିଷୟ। ସଚେତନତାର ଅଭାବ ହେଉ ବା ପ୍ରଶାସନିକ ଅବହେଳା, ଏହି ବିଜ୍ଞାନ ଯୁଗରେ ଭେଦଭାବ ପ୍ରଥା ଉଚ୍ଛେଦ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆହ୍ବାନ କରୁଛି ସମାଜ। ଜାତିପ୍ରଥାର କୁସଂସ୍କାରକୁ ନେଇ ମୃତ ଭେଣ୍ଡିଆ ପୁଅର ଶବ ଗାଁକୁ ନେଇ ପାରିଲେନି ପରିବାର ଲୋକେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସହାୟତରେ ଶବ ସତ୍କାର କଲେ ଭାଇ ଓ କାକା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳରେ। ସୂଚନା ମୁତାବକ ଭେଡେନ ବ୍ଲକ ଖାଉପାଲି ଗ୍ରାମର ମଙ୍ଗଳୁ ବିଶ୍ୱାଳ ଗତ ଚାରିବର୍ଷ ପୂର୍ବରୁ ଭଲ ପାଇଁ ଅନ୍ୟ ଏକ ଜାତିର ଝିଅକୁ ବିବାହ କରିଥିଲେ ଯାହା ଫଳରେ ତାଙ୍କୁ ତାଙ୍କ ଜାତିରୁ ବାସନ୍ଦ ହେବାକୁ ପଡିଥିଲା।

ଗ୍ରାମବାସୀ ପରିବାର ଲୋକଙ୍କ ଚାପରେ ବାଧ୍ୟ ହୋଇ ପରିବାର ଲୋକେ ବଞ୍ଚି ଥାଉ ଥାଉ ମଙ୍ଗଲୁର ପିଣ୍ଡ ଦାନ କରିଥିଲେ ଯାହା ଫଳରେ ମଙ୍ଗଳୁ ତାଙ୍କ ସ୍ତ୍ରୀଙ୍କୁ ଧରି ଅନ୍ୟତ୍ର ରହି ଆସୁଥିଲେ ହେଲେ ଗତ କିଛି ମାସ ହେଲା ସେହି ଝିଅ ଅନ୍ୟ ଏକ ପୁଅକୁ ଭଲପାଇଁ ତାସହିତ ପଳାଇ ଯାଇଥିଲା। ସେହିଦିନରୁ ମଙ୍ଗଳୁ ମାନସିକ ଦୁଶ୍ଚିନ୍ତାରେ ରହି ଆଶୁଥିଲା। ତେବେ ଗତ ଶିବାରାତ୍ରି ଦିନରୁ ମଙ୍ଗଳୁ କୁଆଡେ ଚାଲିଯାଇଥିବା ବେଳେ ଗତକାଲି ଶୁକ୍ରବାର ଦିନ ଲୁପୁରସିଂହା ଖାଉପାଲି ରାସ୍ତାରେ ରହିଥିବା ଏକ ବରଗଛରେ ଝୁଲନ୍ତା ଅବସ୍ଥାରେ ମଙ୍ଗଳୁକୁ ଦେଖି ଲୋକେ ପୋଲିସ ତଥା ପରିବାର ଲୋକଙ୍କୁ ଖବର ଦେଇଥିଲେ ତେବେ ଘଟଣା ସ୍ଥଳକୁ ଭେଡେନ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼କୁ ଆଣିଥିଲେ ।

ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଗ୍ରାମକୁ ଶବ ନେବା ପାଇଁ ଅସହାୟତା ପ୍ରକାଶ କରିଥିଲେ ତଥା ଜାତିରୁ ବାସନ୍ଦ ହୋଇଥିବା କାରଣରୁ ମଙ୍ଗଲୁର ଶବ ସତ୍କାରରେ କେହି ସହଯୋଗ କରିବେ ନାହିଁ ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ ପରେ ଭେଡେନ ପୋଲିସ ପାଖରୁ ଖବର ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଶେଷଦେବ ପଧାନ, ନୀଲେଶ ପଧାନ ପ୍ରମୁଖ ପହଞ୍ଚି ମୃତ ମଙ୍ଗଲୁର ଭାଇ ଓ କାକାଙ୍କ ସହିତ ମିଶି ପିପଳମୁଣ୍ଡା ସ୍ବର୍ଗ ଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲେ। ସଂକଳ୍ପ ପରିବାରର ଏତାଦୃଶ୍ୟ ସହଯୋଗକୁ ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରଶଂସା କରିଛନ୍ତି।


