Thursday, November 21, 2024
spot_imgspot_imgspot_img
Homeରାଜ୍ୟଜାଗ୍ରତ ପ୍ରହରୀ ଖବର କାଗଜର ପ୍ରଥମ ସଂସ୍କରଣ ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥରେ ଉନ୍ମୋଚିତ।

ଜାଗ୍ରତ ପ୍ରହରୀ ଖବର କାଗଜର ପ୍ରଥମ ସଂସ୍କରଣ ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥରେ ଉନ୍ମୋଚିତ।

ପଦ୍ମପୁର-ସାମ୍ପ୍ରତିକ ସମୟରେ ଗଣମାଧ୍ୟମର ଯେତିକି ଆବଶ୍ୟକତା ଅଛି ସେତିକି ଗ୍ରହଣୀୟତା ଜରୁରୀ ହୋଇପଡ଼ିଛି । ରାଜ୍ୟରେ ପ୍ରକାଶିତ ହେଉଥିବା ଶହ ଶହ ଖବର କାଗଜ ଗୁଡ଼ିକମଧ୍ୟରୁ ମାତ୍ର ହାତଗଣତି କେତୋଟି ଖବରକାଗଜ ପାଠକଙ୍କ ପାଖରେ ପହଁଚି ପାରୁଛି। ପାଠକର ଅବଶ୍ୟକତା ଆଉ ତା ରୁଚିକୁ ନେଇ ସମସ୍ତ ସମ୍ବାଦପତ୍ର ଗୁରୁତ୍ଵ ଦେଉଥିବା ନେଇ ଯଦିଓ କହୁଛନ୍ତି । ତଥାପି ସାଧାରଣ ଜନତାର ସ୍ୱର ପାଲଟିବା ଓ ଜନତାର ବିଶ୍ୱାସଭାଜନ ହେବା ସମସ୍ତଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହୋଇଛି । ଏଭଳି ସମୟରେ ରାଜ୍ୟରେ ପ୍ରକାଶିତ ହୋଇଛି ଆଉ ଏକ ଖବରକାଗଜ ଜାଗ୍ରତ ପ୍ରହରୀ ।

ଦିପାବଳୀ ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ରୁ ପ୍ରକାଶିତ ଏହି ସମ୍ବାଦପତ୍ର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ପ୍ରାଥମିକତା ଦେବା ସହ ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରିବ ବୋଲି ଏହାର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଜୟନ୍ତ କୁମାର ମାଝୀ କହିଛନ୍ତି । ସମାଜର ଦଳିତ ବଞ୍ଚିତ ଶୋଷିତ ବର୍ଗଙ୍କ ସ୍ୱର ହେବା ସହ ସରକାରୀ ବିଧି ବ୍ୟବସ୍ଥାରେ ନିଜ ଅଧିକାରରୁ ବଞ୍ଚିତ ରହିଯାଉଥିବା ଲୋକଙ୍କ ହକ ଦେବାକୁ ଜାଗ୍ରତ ପ୍ରହରୀ ପ୍ରତିଜ୍ଞା ନେଇଛି ।

ବିକଶିତ ସମାଜ ଓ ପ୍ରଗତିଶୀଳ ରାଷ୍ଟ୍ର ଗଠନରେ ସରକାର, ଜନତା, ପ୍ରଶାସନ ଓ ନ୍ୟାୟପାଳିକାର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଅଧିକ ଦାୟିତ୍ଵ ହେଉଛି ଗଣମାଧ୍ୟମର । କାରଣ ଗଣମାଧ୍ୟମ ଯଦି ସଜାଗ ନରୁହେ ତେବେ ବ୍ୟବସ୍ଥା ସ୍ୱେଛାଚାରୀ ହୋଇଯିବାର ସମ୍ଭାବନା ଥାଏ । ତେଣୁ ବିଧି ବ୍ୟବସ୍ଥା ସଜାଡ଼ିବା କାମ ନିଜ ହାତକୁ ନେବା ସହ ଏହି ସମ୍ବାଦପତ୍ର ଏକ ଉତ୍ତରଦାୟୀ ଗଣମାଧ୍ୟମ ଭଳି ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ଏକ ଜାଗ୍ରତ ପ୍ରହରୀ ପରି କାମ କରିବ ।

error: Content is protected !!