ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଜହ୍ନାପଡାରେ ପାରମ୍ପରିକ ରୀତିନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୁ ସଜ୍ଜିତ ତିନି ଗୋଟି ରଥରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରଙ୍କୁ ରଥାରୁଢ କରାଯାଇଥିଲା। ଗାଁର ଗୌନ୍ତିଆ ଚୀନ୍ମମୟ ପ୍ରଧାନ ଛେରାପହର କରିଥିଲେ। ଭକ୍ତିଭରା ପରିବେଶ ମଧ୍ଯରେ ଭକ୍ତମାନେ ରଥ ଟାଣିଥିଲେ।
ଏହି ରଥଯାତ୍ରାରେ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଅତିଥି ଭାବରେ ଯୋଗ ଦେଇଥିଲେ । ଗାଁର ନରେଶ ପ୍ରଧାନ, ବୀରେନ୍ଦ୍ର ପାଣିଗ୍ରାହୀ, ଗୋବିନ୍ଦ ମହାପାତ୍ର, ରଜତ ପାଣିଗ୍ରାହୀ, ଅଶୋକ ପାଣିଗ୍ରାହୀ, ମୁକେଶ ଦାସ, ଫଣିନ୍ଦ୍ର ପ୍ରଧାନ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ଯ ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।