ଝାରବନ୍ଧ-ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ପ୍ରଥମ ବାର୍ଷିକ ଉତ୍ସବ ତଥା ନୂଆଖାଇ ଭେଟଘାଟ ଝାରବନ୍ଧ ଆର ଏମ ସି ବଜାର ପ୍ରାଙ୍ଗଣରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ସଭାପତି ମୋତିଲାଲ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେରା, ଖଟିଖିଆ ସଂଗଠନ ଝାରବନ୍ଧ ର ସଭାପତି ଭୋଜରାଜ ବାଗ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରିହର ସାହୁ ପ୍ରମୁଖ ଯୋଗଦାନ କରିଥିଲେ | ସାଂସ୍କୃତିକ ଦଳ ସମସ୍ତ ଅତିଥି ଙ୍କୁ ଏକ ଭବ୍ୟ ସ୍ୱାଗତ କରିଥିଲେ l ଏହି ଅବସରରେ ସାମ୍ପ୍ରତିକ ସ୍ଥିତି ରେ ସାମ୍ବାଦିକତା ଏବଂ କଳା ସଂସ୍କୃତି ପ୍ରସଙ୍ଗ ରେ ଆଲୋଚନା ଅନୁଷ୍ଠିତ ହୋଇଥିଲା l
ସାମ୍ବାଦିକର କର୍ତ୍ତବ୍ୟ ନିଷ୍ଠା ଏବଂ ସମାଜ ପ୍ରତି ତାଙ୍କର ଦାୟିତ୍ୱ କୁ ପୁଙ୍ଖାନୁପୁଙ୍ଖ ଭାବେ ଖଟିଖିଆ ସଂଗଠନ ର ସଭାପତି ଶ୍ରୀ ଭୋଜରାଜ ବାଗ ଆଲୋକପାତ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ସମାଜରେ କିପରି ଗତି କରୁଛନ୍ତି ଏବଂ ଖବର ସଂଗ୍ରହ ସମୟରେ କିପରି ଅସୁବିଧା ର ସମ୍ମୁଖୀନ ହେଉଛିନ୍ତି ସେ ବିଷୟରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସନ୍ତୋଷ ବେହେରା ଆଲୋକପାତ କରିଥିଲେ |ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣା ଟିକୁ ପ୍ରକାଶ କରିବା ପାଇଁ ସାମ୍ବାଦିକ ଯେଉଁ ଅହରହ ପରିଶ୍ରମ କରେ ଏବଂ ତା ପଛରେ ଯେତେ ଟାହିଁ ଟାପରା ତଥା ଅନେକ ଆକ୍ରମଣ ମିଛ ମାମଲା ଘଟିଥାଏ ସେ ବିଷୟରେ ପୂଙ୍ଖାନୁପୁଙ୍ଖ ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରିହର ସାହୁ ଆଲୋକପାତ କରିଥିଲେ |
ଏହି ପ୍ରସଙ୍ଗ ରେ ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ ପୁରୋହିତ କହିଥିଲେ ଯେ ସାମ୍ବାଦିକ ମାନଙ୍କର ଭୂମିକା ଏବଂ ଖବର ପ୍ରସାରଣ ସମୟରେ ତାଙ୍କର ଦାୟିତ୍ୱ କୁ ଭୂଲିବା ଉଚିତ ନୁହେଁ ଏବଂ ତୃଣମୂଳ ସ୍ତରରୁ ଯାହା ସବୁ ଘଟଣା ଅଘଟଣ ଘଟୁଛି ତାହା କିପରି ଲୋକ ଲୋଚନକୁ ଆସିବ ଏବଂ ସମସ୍ତ ସରକାରୀ ଯୋଜନା କିପରି ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖକୁ ପହଂଚିବ ତଥା ଲୋକେ ସାମିଲ ହୋଇ ଆଲୋକପାତ କରିଥିଲେ l ତଦ ସହିତ ସାମ୍ବାଦିକମାନେ କିପରି ଅନ୍ୟ ଲୋକଙ୍କର ବଶବର୍ତ୍ତୀ ନ ହୋଇ ନିଜ କଲମ ମୁନରେ ସ୍ୱଚ୍ଛତାର ଖବର ପ୍ରସାରଣ କରିବେ ସେ ବିଷୟରେ ସାମ୍ବାଦିକ ମାନଙ୍କୁ ତାଙ୍କର ଦିଗଦର୍ଶନ ପ୍ରଦାନ କରିଥିଲେ l ସବୁଠାରୁ ଖୁସି ର ବିଷୟ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର କାର୍ଯ୍ୟାଳୟ ଗୃହ ସାଂସଦ ପାଣ୍ଠିରୁ ନିର୍ମାଣ ହେବ ବୋଲି ସାଂସଦ ଶ୍ରୀ ପୁରୋହିତ ଘୋଷଣା କରିଛନ୍ତି |
ସାଂସଦ ଙ୍କ ଏହି ଘୋଷଣା କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସଭାପତି ମୋତିଲାଲ ବାଗ ତଥା ସମସ୍ତ ସାଥି ସାଂସଦ ଶ୍ରୀ ପୁରୋହିତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି | ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସଭାପତି ମୋତିଲାଲ ବାଗ ସାମ୍ବାଦିକ ମାନେ କିପରି ଅସୁବିଧାର ସାମ୍ମୁଖୀନ ହେଉଛନ୍ତି, ତାଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟଣ ଏବଂ ବିଗତ ଦିନରେ ଝାରବନ୍ଧ ବ୍ଲକରେ ହୋଇଥିବା ସାମ୍ବାଦିକ ମାନଙ୍କର ମରଣାନ୍ତକ ଆକ୍ରମଣ ଏବଂ ସମାଜ ର ଦାଇତ୍ୱ ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ |ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ଗଠନ,ଦାୟିତ୍ୱ ଭୂମିକା ଏବଂ ଝାରବନ୍ଧ ର ଅଧିକାରୀ ମାନଙ୍କର ପକ୍ଷପାତିତା ଏବଂ ମନମୁଖୀତା ବିଷୟରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସମ୍ପାଦକ ସୋମନାଥ ବାଗ ବିସ୍ତୃତ ଭାବେ ବିବରଣୀ ପଠନ କରିଥିଲେ ଏବଂ ଆଗାମୀ ଦିନରେ ସମସ୍ତଙ୍କ ସାହାଯ୍ୟ ସହଯୋଗ ଆଶା କାମନା କରିଥିଲେ l
ଏହି କାର୍ଯ୍ୟକ୍ରମରେ ଝାରବନ୍ଧ ବ୍ଲକରେ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରୁ କୃତି ହୋଇ ଆସିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଦିବସ କୁମାର ସାହୁ ଙ୍କୁ ତାଙ୍କର ସମାଜ ପ୍ରତି ଯେଉଁ ଅବଦାନ ରହିଛି ଶିକ୍ଷା କ୍ଷେତ୍ରରେ କଳା ସଂସ୍କୃତି ରେ ଯେଉଁ ଚେତନା କୁ ଉଦ୍ଜୀବିତ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ସେଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା l ତତ ସହିତ ଚଣ୍ଡୀଭଟା ଅର୍ଗାନିକ ଲାଇଫ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ତାଙ୍କର କୃଷି କ୍ଷେତ୍ର ରେ ବହୁତ ଅବଦାନ ରହିଛି କଳା ଚାଉଳ କୁ ସେ ସେମାନେ ଦେଶ ବିଦେଶ କୁ ରପ୍ତାନି କରୁଛନ୍ତି ଯାହା ଝାରବନ୍ଧ ମାଟି ପାଇଁ ଗର୍ବ ଓ ଗୌରବ ଅଟେ l
ସଫଳ ଚାଷୀ ଭାରତ ମାଝୀ, ବସନ୍ତା ପଟେଲ,କଳାରତ୍ନ ଘନଶ୍ୟାମ ନାଗ ଏବଂ ବ୍ଲକ କଳା ଏବଂ ସଂସ୍କୃତି ସଂଘର ଉପସଭାପତି ହର୍ଷବର୍ଦ୍ଧନ ଲୁହର, ଜୟ ଜଗନ୍ନାଥ ବାଜା ପାର୍ଟି ଡୁଙ୍ଗୁରିପାଲି, ମା ସମଲେଶ୍ୱରୀ ଭଜନ ପାର୍ଟି କାଶୀପାଣି , କଳାଗୌରବ ଚକ୍ରପାଣି ସେଠ, କଳାକାର ମଣି ଛତର , ସଂଚାର କଳାକାର ଉର୍ମିଳା ଛତର ତଥା ମା ସମଲେଶ୍ୱର ବାଜା ପାର୍ଟି ଭାଗିରଥି ନାଗ ଙ୍କ ଟିମ କୁ ସମ୍ମାନିତ କରାଯାଇଥିଲା | l ଏହି କାର୍ଯ୍ୟକ୍ରମରେ ନୃତ୍ୟ ପ୍ରତିଯୋଗୀତା ର ଆୟୋଜନ କରାଯାଇଥିଲା |
ଏହି ନୃତ୍ୟ ପ୍ରତିଯୋଗିତା ରେ ଜଜ ଭାବେ ଯୁବ କଳାକାର ବିବେକାନନ୍ଦ ପଶାୟତ , ଶିକ୍ଷୟତ୍ରୀ ନିରା ମହାନନ୍ଦ ଏବଂ କାଳରତ୍ନ ଘନଶ୍ୟାମ ନାଗ ପ୍ରମୁଖ ଜଜ ଭୂମିକା ନିର୍ବାହ କରିଥିଲେ |ଏହି ପରିପ୍ରେକ୍ଷୀରେ ଲକ୍ଷ୍ମୀ ନାରାୟଣ ହାଇ ସ୍କୁଲ ଡୁଙ୍ଗୁରିପାଲି ର ଟ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ ନୋଡାଲ ୟୁ ଜି ପି ଏସ ଝାରବନ୍ଧ , ଅରବିନ୍ଦ ସ୍କୁଲ ଝାରବନ୍ଧ ତୃତୀୟ ସ୍ଥାନ ହାସଲ କରିଥିଲେ | ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା | ଏହି ଅବସରରେ |ଏ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲାଇବା ପାଇଁ ଝାରବନ୍ଧ କ୍ଲଷ୍ଟର ର ସିଆରସିସି ଗୋପାଳ ଚନ୍ଦ୍ର ହରିଜନ ମଞ୍ଚ ପରିଚାଳନା କରିଥିବା ବେଳେ ଝାରବନ୍ଧ ବ୍ଲକର ସମସ୍ତ ବିଭାଗ ର ଅଧିକାରୀ ଙ୍କ ସାହାଯ୍ୟ ସହଯୋଗ, ସମସ୍ତ ସିଆରପି , ଏମବିକେ ତଥା ଏସଏଚଜି ସଭ୍ୟ ସଭ୍ୟା ଛତ୍ରାଛତ୍ରି ସମସ୍ତ କଳାକାର ସମାଜ ସେବୀ ସ୍ବେଛାସେବୀ ଅନୁଷ୍ଠାନ ଙ୍କ ସାହାଯ୍ୟ ସହଯୋଗ ତଥା ଉପସ୍ଥିତି ଏହି କାର୍ଯ୍ୟକ୍ରମ କୁ ସଫଳ ଭାବେ ରୂପାୟନ କରିଥିଲା |
ଏହି କାର୍ଯ୍ୟକ୍ରମ କିପରି ସୁରୁଖୁରୁ ଭାବରେ ପରିଚାଳିତ ହୋଇ ସମାପନ ହେବ ସେଠି ପାଇଁ ଝାରବନ୍ଧ ଥାନା ଅଧିକାରୀ ଙ୍କ ତତ୍ୱାବଧାନରେ ଏ ଏସ ଆଇ ସମାରୁ ନାଗ ଏବଂ ପୋଲିସ ଟିମ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ ଯାହା ଦ୍ୱାରା କାର୍ଯ୍ୟକ୍ରମ ଅତିସୁନ୍ଦର ଭାବେ ସମାପନ ହୋଇଥିଲା | ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସଦସ୍ୟ କୋଷାଧକ୍ଷ ସୌଦାଗର ବରିହା,ମିଡ଼ିଆ ପ୍ରଭାରୀ ନାରାୟଣ ସତନାମୀ, ଗୌରୀଶଙ୍କର ପାଞ୍ଚଭାୟା, ବାସନ୍ତୀ ପାଇକ ପ୍ରମୁଖ ଏଥିରେ ସହଯୋଗ କରିଥିବା l ସତର୍କ ଅନୁଷ୍ଠାନ ଚଣ୍ଡିଭଟା ଦ୍ୱାରା ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଏକ ଫୁଡ ଷ୍ଟଲ ଲଗେଇଥିଲେ ଯାହାକୁ ସାଂସଦ ଶ୍ରୀଯୁକ୍ତ ପୁରୋହିତ ପରିଦର୍ଶନ କରିଥିଲେ ସେମାନଙ୍କୁ ମଧ୍ୟ ଖୁବ ପ୍ରଶଂସା କରିଥିଲେ |