Saturday, March 7, 2026
Homeରାଜ୍ୟଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କିଶୋରୀ ବାଳିକା ଶିକ୍ଷା ସଚେତନତା ଶିବିର ।

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କିଶୋରୀ ବାଳିକା ଶିକ୍ଷା ସଚେତନତା ଶିବିର ।

ପଦ୍ମପୁର – ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କିଶୋରୀ ବାଳିକା ଶିକ୍ଷା ସଚେତନତା ଶିବିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବାଳିକା ମାନଙ୍କ ସ୍ବାସ୍ଥ୍ୟ ସଚେତନତା, ବ୍ୟାୟାମ,ଯୋଗ, କିଶୋରୀ ମାନଙ୍କ ପରିବେଶ ସୁରକ୍ଷା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ପ୍ରଧାନ, ହେମାନନ୍ଦ ଚୌହାନ୍ ଓ ନରୋତ୍ତମ ସେଠ୍ ସହଯୋଗ କରିଥିବା ବେଳେ ଗ୍ରାମର ଶ୍ରୀମତୀ ସୌଦାମିନୀ ସାହୁ,ଜନକସୂତା ପଣ୍ଡା ଓ ସୁବର୍ଣ୍ଣ ସାହୁ ଯୋଗଦାନ କରି ବାଳିକା ମାନଙ୍କୁ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଶ୍ରୀଯୁକ୍ତ କୁଳମଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!