ପଦ୍ମପୁର – ପଦ୍ମପୁର ବ୍ଳକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜମରତଲାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁ୍ଷ୍ଠିତ ହୋଇଯାଇଛି।ସଭା ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଓ ଉପସ୍ଥିତ ଶିକ୍ଷକ ବୃନ୍ଦ ଗଙ୍ଗାଧରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ଖମାରୀ ଗଙ୍ଗାଧରଙ୍କ ସାରସ୍ଵତ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ କବିଙ୍କ ରଚିତ କାବ୍ୟ, କବିତା ପଠନ କରିବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପ୍ରଦତ୍ତ ସମୟ ସାରଣୀ ଅନୁସାରେ ଗଙ୍ଗାଧରଙ୍କ ଲୋକପ୍ରିୟ ସଙ୍ଗୀତ ବିଶ୍ଵ ଜୀବନହେ,ବିଶ୍ଵ ଦେଖ ମଧୁମୟ, ମଙ୍ଗଳେ ଅଇଲା ଉଷା, ଜନ୍ମଦାତ୍ରୀ ମାତୃଭୂମି ସାମୂହିକ ଭାବେ ଗାନ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତି ଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀ ରୂପଧର ନାୟକ ସଂଯୋଜନା କରିଥିବା ବେଳେ ଶିକ୍ଷକ ଶ୍ରୀ ହେମାନନ୍ଦ ଚୁହାନ, ଭୀଷ୍ମଦେଵ ଵାରିକ, ଘନଶ୍ୟାମ ସାହୁ, ସାନନ୍ଦ ମହାନନ୍ଦ, ଉପେନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।



