ପଦ୍ମପୁର-ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜମରତଲା ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ବରେ ଗୁରୁଦିବସ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଓ ଅତିଥି ବୃନ୍ଦ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ଫୁଲ ଓ ଚନ୍ଦନ ଦେଇ ଗୁରୁଜୀ ଓ ଗୁରୁମା ମାନଙ୍କ ଆଶିର୍ବାଦ ଭିକ୍ଷା ମାଗିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଗୁରୁଦିବସର ପ୍ରାସଙ୍ଗିକତା ସଂପର୍କରେ ବିସ୍ତୃତ ଆଲୋଚନା କରି ଛାତ୍ର ଛାତ୍ରୀମାନଙ୍କୁ ସତ୍ ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲେ ।

ଛାତ୍ର ଛାତ୍ରୀ ମାନେ ଗୁରୁଦିବସ ପାଳନ ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଓ ବିଜୟୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଭିଷ୍ମଦେବ ବାରିକ,ସାନନ୍ଦ ମହାନନ୍ଦ,ଘନଶ୍ୟାମ ସାହୁ, ନରୋତ୍ତମ ସେଠ , ସନ୍ଧ୍ୟାରାଣୀ ବେହେରା, ଉପେନ୍ଦ୍ର ସାହୁ ,ଦିପେଶ ଓ ଅନ୍ତର୍ଯ୍ୟାମୀ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ମଧ୍ୟାହ୍ନଭୋଜନ ବଣ୍ଟନ କରାଯାଇଥିଲା ।



