Saturday, March 7, 2026
Homeରାଜ୍ୟଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଭଲ ନାଗରିକ ହେବାପାଇଁ ଆହ୍ବାନ ଦେଇଥିଲେ। ମାଁ, ମାତୃଭୂମି ଓ ମାତୃଭାଷାର ସମ୍ମାନକୁ ବଜାୟ ରଖି ଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇ,ଆମ ପବିତ୍ର ସମ୍ବିଧାନର ସାର୍ବଭୌମତ୍ୱ ପ୍ରତି ଅନୁରକ୍ତ ହେବାକୁ ପ୍ରବର୍ତ୍ତାଇ ଥିଲେ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ରୂପେ କୁଞ୍ଜରାଜ ବରିହା, ଲୋକନାଥ ସାହୁ, ଦଶରଥ ବରିହା, ହାରାଧନ ସାହୁ, କୈଳାସ କାରେ,ଅନ୍ତର୍ଯାମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନବମ ଶ୍ରେଣୀ ଛାତ୍ରୀ ଶିକ୍ଷାୟିନୀ ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ପ୍ୟାରେଡରେ ଯୋଗଦେଇ ଜାତୀୟ ପତାକାକୁ ଅଭିବାଦନ କରିଥିଲେ। ଗଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ରୂପଧର ନାୟକ,କୂଳମଣୀ ପ୍ରଧାନ, ହେମାନନ୍ଦ ଚୁହାନ୍, ସତ୍ୟମ୍ ଵିଶ୍ଵାଳ, ଭୀଷ୍ମଦେଵ ବାରିକ, ଘନଶ୍ୟାମ ସାହୁ, ସନ୍ଧ୍ୟାରାଣୀ ବେହେରା, ଉପେନ୍ଦ୍ର ସାହୁ ସହଯୋଗ କରିଥିଲେ ।

error: Content is protected !!