Saturday, April 19, 2025
spot_imgspot_imgspot_img
Homeଅଘଟଣଜନ ଶୁଣାଣିରେ ଟାଟା ପାୱାର ଜେଇ ଟ୍ରାନ୍ସଫର୍ମର ବିକ୍ରି କରୁଥିବା ନେଇ ଅଭିଯୋଗ ।

ଜନ ଶୁଣାଣିରେ ଟାଟା ପାୱାର ଜେଇ ଟ୍ରାନ୍ସଫର୍ମର ବିକ୍ରି କରୁଥିବା ନେଇ ଅଭିଯୋଗ ।

ପାଇକମାଲ – ପାଇକମାଲ ବ୍ଲକ ପରିସରରେ ସୋମବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଟାଟା ପାୱାର ଜେଇ ଟ୍ରାନ୍ସଫର୍ମର ବିକ୍ରି କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଅଭିଯୋଗ ପତ୍ରରୁ ଜଣାପଡିଛି ଯେ ପାଇକମାଳ ବ୍ଲକ କଂସଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗତ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ପାଇକମାଳ ଟାଟା ପାୱାର ଜେଇ ପ୍ରକାଶ ସିଂ ଇଚ୍ଛାପୁର ଗ୍ରାମର ୨୫ କେଭି ଟ୍ରାନ୍ସଫର୍ମର ଅନ୍ୟତ୍ର ବିକ୍ରୟ କରିବାକୁ ଯୋଜନା କରିଥିବା ବେଳେ ଗ୍ରାମବାସୀ ଘଟଣା ସ୍ଥଳକୁ ଆସି ଟ୍ରାନ୍ସଫର୍ମର କାହିଁକି ଖୋଲୁଛ ବୋଲି ପଚାରିବା ସହ ଆମେ ତୁମକୁ ଏହି ଟ୍ରାନ୍ସଫର୍ମର ବିକି ଦେବୁନାହିଁ ବୋଲି କହିଥିଲେ ।

ଶ୍ରୀ ସିଂ ଆମେ ଏହି ଟ୍ରାନ୍ସଫର୍ମର କୁ ଖୋଲି ପାଇକମାଳ ନେବୁ ବୋଲି କହିବାରୁ ସେଠାରେ ଥିବା ଗ୍ରାମବାସୀ ତୁମେ ଡୁମେରବାହାଲ ଗ୍ରାମର ଜଣେ ଏଲ୍.ଆଇ.ପଏଣ୍ଟ ଲାଗିଥିବା ଲୋକକୁ ଦେବା ପାଇଁ ସେ ଟ୍ରାକ୍ଟରରେ ଟ୍ରାନ୍ସଫର୍ମର ନେବା ପାଇଁ ଦୁଇ ଦିନ ହେଲା ଏଠାରେ ରଖିଛି ଏବଂ ପଚାଶ ହଜାର ଟଙ୍କା ଏ ବାବଦରେ ଜେଇକୁ ଦେଇଛି ବୋଲି କହିଛି । ଏଣୁ ଆମେ ତୁମକୁ ଦେବୁ ନାହିଁ ବୋଲି କହିଥିଲେ । ଏନେଇ ଗ୍ରାମବାସୀ ବିଭାଗୀୟ ଏସଡିଓ ଓ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଜଣାଇଥିଲେ ।

ବିଭାଗୀୟ ଜେଇ ଚଞ୍ଚକତା କରି ଟ୍ରାନ୍ସଫର୍ମର ବିକ୍ରି କରୁଥିବା ଘଟଣା ଏଯାଏ କୌଣସି ତଦନ୍ତ କରା ନଯିବାରୁ ଗ୍ରାମବାସୀ ଜନ ଶୁଣାଣିରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି ଦୋଷୀକୁ ଦଣ୍ଡ ଦିଆଯିବା ପାଇଁ ଜଣାଇଥିଲେ । ଏନେଇ ବିଭାଗୀୟ ଏସଡିଓ ମନୋରଞ୍ଜନ ନାଏକଙ୍କୁ ପଚାରିବାରୁ ବିଭାଗ ତରଫରୁ ତଦନ୍ତ ସରିଯାଇଛି ବୋଲି କହିଥିଲେ । କିନ୍ତୁ ଗ୍ରାମବାସୀ ଏହାର ତଦନ୍ତ କରାଯାଇ ନାହିଁ ଶୀଘ୍ର ତଦନ୍ତ କରାଯାଉ ବୋଲି ଲିଖିତ ଅଭିଯୋଗ କରିଛନ୍ତି ।

error: Content is protected !!