Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜନ୍ମ ଦିନ ଅବସରରେ କୁଷ୍ଠ ଆଶ୍ରମ ଅନ୍ତେବାସୀ ଙ୍କୁ ଖାଦ୍ୟ ବାଣ୍ଟିଲେ ପ୍ରତ୍ୟୁଷ ।

ଜନ୍ମ ଦିନ ଅବସରରେ କୁଷ୍ଠ ଆଶ୍ରମ ଅନ୍ତେବାସୀ ଙ୍କୁ ଖାଦ୍ୟ ବାଣ୍ଟିଲେ ପ୍ରତ୍ୟୁଷ ।

ପଦ୍ମପୁର – ଜନ୍ମ ଦିନ ଅବସରରେ ଆଜି ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରି ନିଜର ଜନ୍ମ ଦିନ ପାଳନ କରିଛନ୍ତି। ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଯୁକ୍ତ ତିନିର ଦ୍ବିତୀୟ ବର୍ଷର ଛାତ୍ର ପ୍ରତ୍ୟୁଷ ଦାସ ବିଭିନ୍ନ ସମୟରେ ସମାଜସେବା ତଥା ବିଭିନ୍ନ ସଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଜଡିତ ରହିଥାନ୍ତି । ପ୍ରତ୍ୟୁଷ ଜଣେ ମେଳାପି ଓ ସହଯୋଗୀ ଭାବରେ ନିଜ ସାଙ୍ଗ ତଥା ଅଧ୍ୟାପକ ମାନଙ୍କ ର ବେଶ୍ ପରିଚିତ। ଆଜି ତାଙ୍କର ୨୦ ତମ ଜନ୍ମ ବାର୍ଷିକ ହୋଇଥିବା ବେଳେ ଆଜି ନିଜ ସାଙ୍ଗ ମାନଙ୍କ ସହ ପଦ୍ମପୁର ବାଦିମାଳ ସ୍ଥିତ କୁଷ୍ଠ ଆଶ୍ରମକୁ ଯାଇ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।

ତେବେ ଏହି ଖାଦ୍ୟ ବଣ୍ଟନ ସମୟରେ ପ୍ରତ୍ୟୁଷଙ୍କ ସାଙ୍ଗ ମାନଙ୍କ ସହ ଯୁବ ପିଢୀଙ୍କୁ ଉତ୍ସାହିତ କରିବା ପାଇଁ ସାମାଜିକ କର୍ମୀ ନିରୋଜ ଦୋରା ଏବଂ ବିଜେପି ଯୁବ ନେତା ପ୍ରୀତେଶ କୁମାର ବହିଦାର, ଯୁବ ଉଦ୍ୟୋକ୍ତା ଶୁଭମ ପଟ୍ଟନାୟକ ଯୋଗ ଦେଇ ବର୍ତମାନ ଯୁବ ପିଢି ଜନ୍ମ ଦିନ ପାଳନ ପାଇଁ ପାଶ୍ଚାତ୍ୟ ସଂସ୍କୃତି ଆଡକୁ ମୁହାଁଉ ଥିବା ବେଳେ କଲେଜ ଛାତ୍ର ଙ୍କର ଏପରି ପ୍ରୟାସ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟୁଷଙ୍କ ସହ ତାଙ୍କ ବନ୍ଧୁ ଆୟୁଷ ରାୟ, ଶିବମ ପଟ୍ଟନାୟକ, ସୌମ୍ୟା ରଞ୍ଜନ ସାହୁ, ଶୁଭମ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!