Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜନ୍ମ ଦିନରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ କାୟଲ l

ଜନ୍ମ ଦିନରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ କାୟଲ l

ପଦ୍ମପୁର – ବିଶ୍ଵ ଉତ୍ତାପନ ଜୀବ ଜଗତ ଧୀରେ ଧୀରେ ଧ୍ଵଂସ ଆଡକୁ ମୁହାଁଉଛି l ଧରିତ୍ରି ମାତା ସୁରକ୍ଷିତ ହେଲେ ଜୀବ ଜଗତ ସୁରକ୍ଷିତ ହୋଇ ପାରିବ l ଏଥି ସକାଶେ ବ୍ୟାପକ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ ପାଇଁ ଜନ ଜାଗରଣର ଆବଶ୍ୟକତା ରହିଛି l ଏହି ଅବସରରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଦର୍ଲିଗୁଡା ଗ୍ରାମର ଜୟନ୍ତ କୁମାର ସେଠ ଓ ସନ୍ଧ୍ଯାରାଣୀ ସେଠଙ୍କ ଝିଅ କାୟଲ ସେଠଙ୍କ ଜନ୍ମ ଦିନ ପାଳନ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଜନ୍ମ ଦିନ ପାଳନ ଅବସରରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ପିତା ମାତା ଙ୍କ ସହିତ ଝିଅ କାଜଲ ଙ୍କୁ ଅଶୋକ ଚାରା ପ୍ରଦାନ କରିବା ସହ ଝିଅର ଦୀର୍ଘ ଜୀବନ କାମନା କରିଥିଲେ l ଉପସ୍ଥିତ ଗ୍ରାମବାସୀଙ୍କୁ ପ୍ରତ୍ୟେକ ଜନ୍ମ ଦିନ ପାଳନ ଅବସରରେ ବୃକ୍ଷ ରୋପଣ କରି ନିଜ ସହିତ ଧରିତ୍ରୀ ମାତା ର ସୁରକ୍ଷା ନିମନ୍ତେ ସଂକଳ୍ପ ବଦ୍ଧ ହେବା ନିମନ୍ତେ ଆହ୍ବାନ ଦେଇଥିଲେ l ପରିବାର ବର୍ଗଙ୍କ ସହିତ ଝିଅ କାଜଲ ଜନ୍ମ ଦିନ ସ୍ମୃତି ଉପଲକ୍ଷେ ବୃକ୍ଷ ରୋପଣ କରିଥିଲେ l

error: Content is protected !!