ବରପାଲି-ବରପାଲି ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ କ୍ରିଡାତ୍ସବ ସୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧକ୍ଷତାରେ ପରିଚାଳିତ ଉତ୍ସବକୁ କ୍ରୀଡା ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ମଙ୍ଗଳବାର ପୁର୍ବାହ୍ନରେ କଦଲିପାଲି ଲୋକେଶ୍ଵର ଶିବମନ୍ଦିର ପୂଜାର୍ଚ୍ଚନା ସହିତ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବରପାଲି ବ୍ଳକ୍ ଅଧ୍ୟକ୍ଷା ରୀନା ଥଇତ୍ ମଶାଲ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ମଙ୍ଗଳବାର ପ୍ରଥମ ଦିନ ୧୦୦ମି. ଦୌଡ, ୨୦୦ମି. ବୌଡ଼, ସାଇକେଲ୍ ସ୍ଳୋ, ଲମ୍ବ ଡିଆଁ ଏବଂ ଉଚ୍ଚ ଡିଆଁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଥଇତଙ୍କ ଦ୍ୱାରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ସାରିଥିବା ଚେସ୍ ,କେରମ୍,ବେଟ୍ମିଣ୍ଟନ୍ ଓ କବଡ୍ଡି ପ୍ରତିଯୋଗୀତାର ଉପକୃତ ଛାତ୍ରୀମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ ମଧ୍ୟ କରା ଯାଇଥିଲା । ଶେଷରେ ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଭାବରେ ସୁରେଶ ବାରିକ, ସୁନିଲ କୁମାର ବେହେରା, ରବିନ୍ଦ୍ର ସାହୁ, ମିନତି ବାବୁ, ନିବେଦିତା ବେହେରା, ଅନ୍ତର୍ଯ୍ୟାମି ପଣ୍ଡା, ସୁରେନ୍ଦ୍ର ଦୀପ, ନିରଜ ସାହୁ, ପ୍ରଦୀପ ମିଶ୍ର, ପ୍ରକାଶ ନନ୍ଦ, ଆନନ୍ଦ ବେହେରା , କାଲୁ କୁମ୍ଭାର ଏବଂ ସମସ୍ତ ଛାତ୍ରୀମାନେ ଶେଷ ପର୍ଯ୍ୟନ୍ତ ରହି ବିଶେଷ ସହଯୋଗ କରିଥିଲେ ।